ରେଡ୍ ଜୋନ୍‌ରେ ଓଡ଼ିଶାର ୩ ଜିଲ୍ଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେ’ ୩ ତାରିଖରେ ଶେଷ ହେବ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍। ଆଉ ତା’ ପୂର୍ବରୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମଗ୍ର ଦେଶକୁ ତିନୋଟି ଜୋନ୍‌- ରେଡ୍, ଅରେଞ୍ଜ ଓ ଗ୍ରୀନ୍‌ରେ ବିଭକ୍ତ କରିଛି। ଏଥିରେ ଓଡ଼ିଶାର ୩ଟି ଜିଲ୍ଲା ରେଡ୍ ଜୋନ୍‌ରେ ରହିଥିବା ବେଳେ ୬ଟି ଅରେଞ୍ଜ ଓ ବାକି ୨୧ଟି ଜିଲ୍ଲା ଗ୍ରୀନ୍ ଜୋନ୍‌ରେ ରହିଛି। ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି। ଅରେଞ୍ଜ୍‌ ଜୋନ୍‌ରେ […]

corona-1-3-1

Subhransu Sekhar
  • Published: Friday, 01 May 2020
  • , Updated: 01 May 2020, 01:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେ’ ୩ ତାରିଖରେ ଶେଷ ହେବ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍। ଆଉ ତା’ ପୂର୍ବରୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମଗ୍ର ଦେଶକୁ ତିନୋଟି ଜୋନ୍‌- ରେଡ୍, ଅରେଞ୍ଜ ଓ ଗ୍ରୀନ୍‌ରେ ବିଭକ୍ତ କରିଛି। ଏଥିରେ ଓଡ଼ିଶାର ୩ଟି ଜିଲ୍ଲା ରେଡ୍ ଜୋନ୍‌ରେ ରହିଥିବା ବେଳେ ୬ଟି ଅରେଞ୍ଜ ଓ ବାକି ୨୧ଟି ଜିଲ୍ଲା ଗ୍ରୀନ୍ ଜୋନ୍‌ରେ ରହିଛି।

ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି। ଅରେଞ୍ଜ୍‌ ଜୋନ୍‌ରେ ଖୋର୍ଦ୍ଧା ସମେତ କେନ୍ଦ୍ରାପଡ଼ା, ଢେଙ୍କାନାଳ, ସୁନ୍ଦରଗଡ଼, କୋରାପୁଟ ଓ କଳାହାଣ୍ଡି ଜିଲ୍ଲା ରହିଛି। ଗ୍ରୀନ ଜୋନରେ କଟକ, ପୁରୀ, ଅନୁଗୁଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଦେଓଗଡ଼, ଗଜପତି, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସମ୍ୱଲପୁର, ସୋନପୁର ରହିଛି।

ସେହିପରି ସମଗ୍ର ଦେଶରେ ୭୩୩ଟି ଜିଲ୍ଲା ଥିବା ବେଳେ ସେଥିରୁ ୧୩୦ଟି ଜିଲ୍ଲା ରେଡ୍ ଜୋନ୍‌ରେ ରହିଛି। ୨୮୪ଟି ଜିଲ୍ଲା ଅରେଞ୍ଜ ଜୋନ୍‌ରେ ଓ ୩୧୯ଟି ଜିଲ୍ଲା ଗ୍ରୀନ୍‌ ଜୋନ୍‌ରେ ରହିଛି।

ରେଡ୍‌ ଜୋନ୍‌ରେ ମହାରାଷ୍ଟ୍ରର ୧୪ଟି ଜିଲ୍ଲା ଥିବା ବେଳେ ଉତ୍ତର ପ୍ରଦେଶର ୧୯ଟି, ଦିଲ୍ଲୀର ୧୧ଟି, ତାମିଲନାଡୁର ୧୨ଟି, ମଧ୍ୟପ୍ରଦେଶର ୯ଟି, ପଶ୍ଚିମବଙ୍ଗର ୧୦ଟି, ତେଲେଙ୍ଗାନାର ୬ଟି ଓ କେରଳର ୨ଟି ଜିଲ୍ଲା ରହିଛି।

Related story