ଚମ୍ପୁଆ(ଓଡ଼ିଶା ରିପୋର୍ଟର): ଟ୍ରେନ ଧକ୍କାରେ ଆଖି ବୁଜିଲେ ୩ ହାତୀ । ଗତକାଲି ସନ୍ଧ୍ୟା ସମୟରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଗୋଟିଏ ମାଇ ହାତୀ ସମେତ ୨ ଛୁଆ ହାତୀ ଗୁରୁତର ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଗତ ରାତିରେ ଗୋଟିଏ ଛୁଆ ହାତୀର ମଅତ୍ୟୁ ହୋଇଥିବା ବେଳେ ଆଜି ସକାଳୁ ଆଉ ଏକ ଛୁଆ ହାତୀ ଓ ଏକ ମାଇ ହାତୀର ମୃତ୍ୟୁ ହୋଇଛି।
ଗତକାଲି ସନ୍ଧ୍ୟା ସମୟରେ ଏକ ୧୯ ଟିକିଆ ହାତୀପଲ ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ରେଳ ଧାରଣା ପାରି ହେଉଥିଲେ । ଏହି ସମୟରେ ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ ହାତୀପଲଙ୍କୁ ଧକ୍କା ଦେଇଥିଲା ।
ଫଳରେ ଟ୍ରେନ୍ ଧକ୍କାରେ ଗୋଟିଏ ମାଈ ହାତୀ ସହ ଦୁଇଟି ହାତୀଛୁଆ ଗୁରୁତର ଆହତ ହୋଇଥିଲେ । ଘଟଣା ଜଣାପଡିବା ପରେ ବନ ବିଭାଗର ଅଧିକାରୀ ଓ ରେଲୱେର ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଅନ୍ୟ ହାତୀମାନେ ଆହତ ହାତୀମାନଙ୍କୁ ଘେରି ରହିଥିବାରୁ ଚିକିତ୍ସା ଆରମ୍ଭରେ ବିଳମ୍ବ ହେଲା। ଚିକିତ୍ସା ଚାଲିଥିଲାବେଳେ ଗତ ରାତିରେ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିଲା । ଆଜି ଭୋରରୁ ମାଇ ହାତୀ ଓ ଆଉ ଏକ ଛୁଆ ହାତୀର ମୃତ୍ୟୁ ହୋଇଛି ।
ଏ ଦୁର୍ଘଟଣାକୁ ନେଇ ରେଲୱେ କିମ୍ବା ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ତେବେ କିଛି ବର୍ଷ ତଳେ ଏହି ରୁଟରେ ଟ୍ରେନ ଧକ୍କାରେ ୩ ହାତୀଙ୍କ ମୃତ୍ୟୁ ଘଟିଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।