ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)ର ୩ ଯନ୍ତ୍ରୀଙ୍କୁ ଗତକାଲିଠୁ ଭିଜିଲାନ୍ସ ଅଟକ ରଖିଛି । ଅଟକ ଯନ୍ତ୍ରୀମାନେ ହେଲେ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ, ସହକାରୀ ଯନ୍ତ୍ରୀ ପ୍ରମୋଦ ପ୍ରଧାନ ଏବଂ ବୈକୁଣ୍ଠ ବେହେରା।
ସୂଚନାଯୋଗ୍ୟ, ନିଜ ଅଫିସ ବୋଲେରୋରେ ଏକ ବ୍ୟାଗରେ ୩ଲକ୍ଷ ୧୧ ହଜାର ଟଙ୍କା ନେଇ ଏହି ୩ ଯନ୍ତ୍ରୀ ନବରଙ୍ଗପୁରଠାରୁ ପାପଡ଼ାହାଣ୍ଡି ଅଭିମୁଖେ ଯାଉଥିଲେ। ମାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପାପଡ଼ାହାଣ୍ଡି ମୃଗ ବିହାର ନିକଟରେ ନବରଙ୍ଗପୁର ଭିଜିଲାସନ୍ସ ଟିମ୍ ଗାଡିକୁ ଅଟକାଇଥିଲା। ଯାଞ୍ଚ ସମୟରେ ବୋଲେରୋରେ ଥିବା ଏକ ବ୍ୟାଗ ଭିତରୁ ୩ଲକ୍ଷ ୧୧ ହଜାର ଟଙ୍କା ମିଳିଥିଲା। ପଚରାଉଚରା ସମୟରେ ଉକ୍ତ ବ୍ୟାଗଟି ପ୍ରମୋଦ କୁମାର ପ୍ରଧାନଙ୍କର ବୋଲି ଜଣାପଡ଼ିଥିଲା।
ଅପରପକ୍ଷେ, ଏହି ୩ ଯନ୍ତ୍ରୀ ଏତେ ଟଙ୍କା କେଉଁଠୁ ଆଣିଲେ ଓ ସନ୍ଧ୍ୟା ସମୟରେ ଅଫିସ ବୋଲେରୋରେ ଟଙ୍କା ଧରି କେଉଁଆଡେ ଯାଉଥିଲେ, ତାହାକୁ ନେଇ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ତନାଘନା ଚଲାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।