ରାଜଧାନୀରେ ବିଦେଶୀ ଦେହଜୀବୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ  ଭୁବନେଶ୍ୱରରୁ ପୁଣି ଧରାପଡ଼ିଛନ୍ତି ବିଦେଶିନୀ ଦେହଜୀବୀ। ଆଜି ଖାରବେଳ ନଗରରେ ଚାଲିଥିବା ଏକ ସେକ୍ସ ରାକେଟ୍‌ ଉପରେ ଚଢାଉ ବେଳେ ଏହି ବିଦେଶିନୀ ଦେହଜୀବୀ ଧରାପଡ଼ିଛନ୍ତି। ମୋଟ ୫ଜଣ ଯୁବତୀ ଓ ୨ ଜଣ ଗ୍ରାହକ ଧରାପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ବିଦେଶିନୀ ଅଛନ୍ତି। ଏହି ବିଦେଶିନୀ ଦେହଜୀବୀ ଥାଇଲ୍ୟାଣ୍ଡର ବୋଲି ଜଣାପଡିଛି। ଏଠାରେ ସ୍ପା ନାଁରେ ଦେହ ବ୍ୟବସାୟ ଚାଲିଥିବା ଜଣାପଡିଛି। ପୂର୍ବରୁ ରାଜଧାନୀର ଚନ୍ଦ୍ରଶେଖରପୁର ଓ ଖାରବେଳ […]

sexracket

Rakesh Mallick
  • Published: Friday, 17 November 2017
  • , Updated: 17 November 2017, 07:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ  ଭୁବନେଶ୍ୱରରୁ ପୁଣି ଧରାପଡ଼ିଛନ୍ତି ବିଦେଶିନୀ ଦେହଜୀବୀ। ଆଜି ଖାରବେଳ ନଗରରେ ଚାଲିଥିବା ଏକ ସେକ୍ସ ରାକେଟ୍‌ ଉପରେ ଚଢାଉ ବେଳେ ଏହି ବିଦେଶିନୀ ଦେହଜୀବୀ ଧରାପଡ଼ିଛନ୍ତି। ମୋଟ ୫ଜଣ ଯୁବତୀ ଓ ୨ ଜଣ ଗ୍ରାହକ ଧରାପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ବିଦେଶିନୀ ଅଛନ୍ତି।

ଏହି ବିଦେଶିନୀ ଦେହଜୀବୀ ଥାଇଲ୍ୟାଣ୍ଡର ବୋଲି ଜଣାପଡିଛି। ଏଠାରେ ସ୍ପା ନାଁରେ ଦେହ ବ୍ୟବସାୟ ଚାଲିଥିବା ଜଣାପଡିଛି। ପୂର୍ବରୁ ରାଜଧାନୀର ଚନ୍ଦ୍ରଶେଖରପୁର ଓ ଖାରବେଳ ନଗରରୁ ଏମିତି ୨ଟି ରାକେଟ୍‌ ଧରାପଡିଥିଲା।

ପୋଲିସ୍‌ କହିଛି, ଜଣେ ଜଣାଶୁଣା ଶିଳ୍ପପତିଙ୍କ ଘରକୁ ଏସ୍. ନନ୍ଦ ନାମକ ଜଣେ ବ୍ୟକ୍ତି ଭଡ଼ାରେ ନେଇ ସ୍ପା ସେଣ୍ଟର ଖୋଲିଥିଲେ। ସ୍ପା ନାଁରେ ଏଠାରେ ଚାଲିଥିଲା ଦେହ ବ୍ୟବସାୟ।

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ବିଦେଶୀ ଯୁବତୀମାନଙ୍କୁ ମାସିକିଆ ପ୍ୟାକେଜ୍‌ରେ ଅଣାଯାଇଥିଲା। ଏମାନେ ଗତ ୪ ମାସ ତଳେ ଟୁରିଷ୍ଟ ଭିସାରେ କୋଲକାତା ଦେଇ ଭୁବନେଶ୍ୱର ଆସିଥିଲେ। କିଏ ଏହି ବିଦେଶିନୀଙ୍କୁ ଆଣିଥିଲା ? ଦେହଧନ୍ଦା ପଛରେ ଦଲାଲ୍ କିଏ ? ସମସ୍ତ ଦିଗକୁ ଧରି ପୋଲିସ ତଦନ୍ତ ଜାରି ରଖିଛି।

ସ୍ପା ସେଣ୍ଟର ଭିତରୁ ୨୦ଟି ମୋବାଇଲ୍ ସହ ଗୋଟିଏ କାର୍, ଲ୍ୟାପଟପ୍ ଓ ଭିସା ଜବତ ହୋଇଛି।

https://www.youtube.com/watch?v=XVDd5mgB02A

Related story