ଚୌଦ୍ୱାର(ଓଡ଼ିଶା ରିପୋର୍ଟର): ଅନ୍ୟ ବ୍ୟକ୍ତିର ଡକ୍ୟୁମେଣ୍ଟ ବ୍ୟବହାର କରି ବେଧଡ଼କ ଚାଲିଥିଲା ବ୍ୟବସାୟିକ କାରବାର । ଯାହା ଫଳରେ ଟିକସ ବାବଦକୁ କୋଟି କୋଟି ଟଙ୍କାର ଠକେଇ କରାଯାଇପାରୁଥିଲା । ଏଭଳି ଜିଏସଟି ଠକେଇ କରି ମାଲେମାଲ ହେଉଥିବା ୩ ବ୍ୟକ୍ତିଙ୍କୁ ଚୌଦ୍ୱାରରୁ ଗିରଫ କରିଛି ଜି.ଏସ.ଟି ଏନଫୋର୍ସମେଣ୍ଟ ସ୍କାର୍ଡ ।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସ୍ମୃତି ମହାନ୍ତି, ସୌମ୍ୟ ମହାନ୍ତି ଓ ରାଜୀବ ମିଶ୍ର । ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସୋମବାର ବିଳମ୍ବିତ ରାତିରେ ହିଁ ଜେଏମଏଫସି ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା ।
ତଦନ୍ତକାରୀ ଅଧିକାରୀଙ୍କ ସୂଚନା ମୁତାବକ ଅଭିଯୁକ୍ତମାନେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସମସ୍ତ ଡକ୍ୟୁମେଣ୍ଟ ଆଣି ଏହାର ଅପବ୍ୟବହାର କରି କରୁଥିଲେ ଠକେଇ । ବିନା କୌଣସି ଇନଭଏସରେ ବିଭିନ୍ନ ପ୍ରକାର ସାମଗ୍ରୀ କାରବାର ଚାଲିଥିଲା । ଏପରିକି କାରବାରରେ ଦର୍ଶାଯାଇଥିବା ନାଁରେ ସେଭଳି କୌଣସି କମ୍ପାନୀ କି କୌଣସି ବ୍ୟକ୍ତି ମଧ୍ୟ ନଥିବା ଜଣାପଡିଛି ।
ସଠିକ ତଥ୍ୟ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଉପସ୍ଥାପନା ନ କରିପାରିବାରୁ ୩ ଜଣଙ୍କୁ ଗିରଫ କରିଛି CT/ GSTର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ସେମାନଙ୍କ ଲିଙ୍କ୍ ବିଭିନ୍ନ ଲୋକଙ୍କ ସହିତ ଜଡିତ ରହିଛି । ତେଣୁ ଏହି ଠକେଇର ଚେର ବହୁତ ଲମ୍ବା ରହିଥିବା କହିଛନ୍ତି ସି.ଟି / ଜି.ଏସ.ଟିର ଯୁଗ୍ମ କମିଶନର ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।