ପୋଖରୀରେ ୩ ନବଜାତକଙ୍କ ମୃତଦେହ, ପୁଲିସ୍‌ର ତନାଘନା

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଏକକାଳୀନ ପୋଖରୀରେ ଭାସୁଥିଲା ୩ଟି ନବଜାତକଙ୍କ ମୃତଦେହ । ଏହାଦେଖି ଭୟଭୀତ ହୋଇ ପଡ଼ିଲେ ଗ୍ରାମବାସୀ। ତେବେ ଏତେ ସଂଖ୍ୟକ ନବଜାତକଙ୍କ ମୃତଦେହ ଏକକାଳୀନ କିପରି ଓ କେଉଁଠୁ ଆସିଲା ତାହାକୁ ନେଇ ତନାଘନା ଚଳାଇଛି ପୁଲିସ୍‌। ଏପରି ଅଭାବନୀୟ ଘଟଣା ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଇନ୍ଦିପୁର ଗାଁ ନିକଟ ନଟା ପୋଖରୀ କୂଳରେ ଦେଖିବାକୁ ମିଳିଛି। ଆଜି ସକାଳେ କିଛି ଗ୍ରାମବାସୀ ପୋଖରୀ କୂଳକୁ ଯାଇଥିବା ବେଳେ ସେଠାରେ […]

beby

beby

Niharika Rout
  • Published: Friday, 16 September 2022
  • Updated: 16 September 2022, 12:39 PM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଏକକାଳୀନ ପୋଖରୀରେ ଭାସୁଥିଲା ୩ଟି ନବଜାତକଙ୍କ ମୃତଦେହ । ଏହାଦେଖି ଭୟଭୀତ ହୋଇ ପଡ଼ିଲେ ଗ୍ରାମବାସୀ। ତେବେ ଏତେ ସଂଖ୍ୟକ ନବଜାତକଙ୍କ ମୃତଦେହ ଏକକାଳୀନ କିପରି ଓ କେଉଁଠୁ ଆସିଲା ତାହାକୁ ନେଇ ତନାଘନା ଚଳାଇଛି ପୁଲିସ୍‌। ଏପରି ଅଭାବନୀୟ ଘଟଣା ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଇନ୍ଦିପୁର ଗାଁ ନିକଟ ନଟା ପୋଖରୀ କୂଳରେ ଦେଖିବାକୁ ମିଳିଛି।

ଆଜି ସକାଳେ କିଛି ଗ୍ରାମବାସୀ ପୋଖରୀ କୂଳକୁ ଯାଇଥିବା ବେଳେ ସେଠାରେ ୩ ନବଜାତକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାଦେଖି ଭୟଭୀତ ହୋଇ ପଡ଼ିଥିବା ଗ୍ରାମବାସୀ ତୁରନ୍ତ ପୁଲିସ୍‌କୁ ଯୋଗାଯୋଗ କରିଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୩ଟି ମୃତଦେହ ସମେତ ପାଖରେ ପଡ଼ିଥିବା ଶାଢୀ ପଣତ କାନି ଓ ଅନ୍ୟାନ ଜିନିଷ ଜବତ କରିଛି।   ଶିଶୁ ୩ଟି କାହାର, ସେମାନଙ୍କର କିପରି ମୃତ୍ୟୁ ହେଲା, ମୃତ୍ୟୁ ପରେ କାହିଁକି ଏପରି ପରିତ୍ୟକ୍ତ ଭାବେ ଏହାକୁ ଫୋପଡ଼ା ଯାଇଛି ତାହାକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।  ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏପରି ଘଟଣା ଆଗରୁ ଆମ ଗାଁରେ କେବେ ହୋଇ ନ ଥିବା ବେଳେ ଏବେ କେଉଁଠି ଏପରି ମୃତଦେହ ଆସିଲା ବୋଲି ପ୍ରଶ୍ନ ପଚାରିଛନ୍ତି ଗ୍ରାମବାସୀ। ତେବେ ଏନେଇ ପୁଲିସ୍‌ ଅଧିକାରୀଙ୍କ  ପ୍ରତିକ୍ରିୟା ମିଳିପାରିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos