ଖେଳୁ ଖେଳୁ ୩ ନାବାଳକଙ୍କ ଉପରେ ଖସି ପଡ଼ିଲା ଲୁହା ଗ୍ରୀଲ୍‌

ରାୟଗଡ଼ା(ମାଉଡ଼ି ବାରିକ): ଲୁହା ଗ୍ରୀଲ ଧରି ଖେଳୁ ଖେଳୁ ହଠାତ୍‌ ଗଳି ପଡ଼ିଲା ଗ୍ରୀଲ୍‌ । ଫଳରେ ତା’ ତଳେ ଚାପି ହୋଇ ୩ ନାବାଳକ ଗୁରୁତର ହୋଇ ପଡ଼ିଛନ୍ତି।  ଏଭଳି ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ ଝିଗିଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଘଟିଛି। ଗୁରୁତର ଆହତମାନେ ହେଲେ ବାପୁନୁ ପିଡିକାକା (୭),ଗଣପତି ପିଡିକାକା(୫) ଏବଂ ଖଗେଶ୍ୱର ପିଡିକାକା(୫) । ଗତକାଲି ସନ୍ଧ୍ୟାରେ ଝିଗିଡି ଗ୍ରାମ ପାଞ୍ଚାୟତ କାର୍ଯ୍ୟାଳୟ ପରିସରରେ ହିତାଧିକାରୀଙ୍କୁ ପିଡିଏସ୍ ଚାଉଳ ପ୍ରଦାନ […]

pic

  • Published: Tuesday, 17 January 2023
  • , Updated: 17 January 2023, 11:34 AM IST

ରାୟଗଡ଼ା(ମାଉଡ଼ି ବାରିକ): ଲୁହା ଗ୍ରୀଲ ଧରି ଖେଳୁ ଖେଳୁ ହଠାତ୍‌ ଗଳି ପଡ଼ିଲା ଗ୍ରୀଲ୍‌ । ଫଳରେ ତା’ ତଳେ ଚାପି ହୋଇ ୩ ନାବାଳକ ଗୁରୁତର ହୋଇ ପଡ଼ିଛନ୍ତି।  ଏଭଳି ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ ଝିଗିଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଘଟିଛି। ଗୁରୁତର ଆହତମାନେ ହେଲେ ବାପୁନୁ ପିଡିକାକା (୭),ଗଣପତି ପିଡିକାକା(୫) ଏବଂ ଖଗେଶ୍ୱର ପିଡିକାକା(୫) ।

ଗତକାଲି ସନ୍ଧ୍ୟାରେ ଝିଗିଡି ଗ୍ରାମ ପାଞ୍ଚାୟତ କାର୍ଯ୍ୟାଳୟ ପରିସରରେ ହିତାଧିକାରୀଙ୍କୁ ପିଡିଏସ୍ ଚାଉଳ ପ୍ରଦାନ କରାଯାଉଥିଲା । ସେହି ସମୟରେ ଝିଗିଡ ଗ୍ରାମର କିଛି ପିଲା ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିଥିବା ଲୁହା ଗ୍ରୀଲ ଧରି ଖେଳୁଥିଲେ। ଏହି ସମୟରେ ଗ୍ରୀଲଟି ଉକ୍ତ ପିଲାମାନଙ୍କ ଉପରେ ଗଳି ପଡ଼ିଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ତୁରନ୍ତ  ପିଲାମାନଙ୍କୁ ଉଦ୍ଧାର କରି ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ସେମାନଙ୍କ ମଧ୍ୟରୁ ବାପୁନୁ ପିହିକା ଓ ଗଣପତି ପିଡିକାକାଙ୍କ ଅବସ୍ଥା ଗୁରୁତର ରହିଛି। ଉନ୍ନତ ଚିକିତ୍ସା ନିମନ୍ତେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯିଵ ବୋଲି ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ସୂଚନା ଦେଇଛନ୍ତି ।

Related story