ପିଜୁଳି ଖାଇବାକୁ କହି ଘରୁ ଯାଇଥିଲେ ୩ ସାଙ୍ଗ, ଆଉ ଫେରିଲେନି

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ ଦେବଗଞ୍ଜର ଗାଁରେ ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତ ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୮ ବର୍ଷ ଲେଖାଏଁ ହୋଇଥିବା ବେଳେ ଜଣଙ୍କୁ ୯ ବର୍ଷ ହୋଇଥିଲା। ଗତକାଲି ଅପରାହ୍ନରେ ପିଜୁଳି ଖାଇବାକୁ କହି ଘରୁ ବାହାରି ଯାଇଥିଲେ ଏହି ତିନି ସାଙ୍ଗ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି […]

drownn-1

drownn-1

Niharika Rout
  • Published: Tuesday, 01 September 2020
  • Updated: 01 September 2020, 02:01 PM IST

Sports

Latest News

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ ଦେବଗଞ୍ଜର ଗାଁରେ ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତ ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୮ ବର୍ଷ ଲେଖାଏଁ ହୋଇଥିବା ବେଳେ ଜଣଙ୍କୁ ୯ ବର୍ଷ ହୋଇଥିଲା।

ଗତକାଲି ଅପରାହ୍ନରେ ପିଜୁଳି ଖାଇବାକୁ କହି ଘରୁ ବାହାରି ଯାଇଥିଲେ ଏହି ତିନି ସାଙ୍ଗ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ କୌଣସି ପତ୍ତା ନ ପାଇବାରୁ ନନ୍ଦପୁର ଥାନାରେ ଏତଲା ଦେଇଥିଲେ।

ଆଜି ଘରଠାରୁ ୧ କିମି ଦୂର ଏକ ପୋଖରୀରେ ଚପଲ ଭାସୁଥିବା ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ଏହାପରେ  ଅଗ୍ନିଶମ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos