ମୋନାଲି ହତ୍ୟା ମାମଲା ରେଡ୍ ଫ୍ଲାଗ ଘୋଷିତ: ବନ୍ଧା ହେଲେ ୩ ମାଲଭାଇ

କୋଣାର୍କ(ସଞ୍ଜୟ ପତି) : ବାପା ନାଁରେ କଳଙ୍କ ହେଉଛନ୍ତି ଗୋପ ଥାନା ବିଜିପୁର ଗାଁର ଦୁର୍ଗାଗଚଣ ମହାରଣା। ନିଜ ଝିଅର ସୁରକ୍ଷା କବଚ ହେବା ପରିବର୍ତ୍ତେ ଦ୍ୱିତୀୟ ପତ୍ନୀଙ୍କ ପ୍ରରୋଚନାରେ ପଡ଼ି ନିଜ ରକ୍ତକୁ ହିଁ ସେ ନିପାତ କରିଦେଲେ। ଏପରିକି ଚିହ୍ନବର୍ଣ୍ଣ ମେଣ୍ଟାଇ ଦେବା ପାଇଁ ପାଖପଡ଼ୋଶୀ ୭,୮ ମାଲଭାଇଙ୍କ ସହାୟତାରେ ଶବକୁ ମଶାଣୀକୁ ନେଇ ପୋଡ଼ି ପାଉଁଶ କରିଦେଲେ। ଏହି ଘଟଣାକୁ ଖୋଳତାଡ଼ କରୁଥିବା ଗୋପ ପୁଲିସ୍‌ ନିଜ ଝିଅର ହତ୍ୟାକାରୀ ସାଜିଥିବା ବାପାକୁ […]

pic

pic

Niharika Rout
  • Published: Wednesday, 11 January 2023
  • Updated: 11 January 2023, 03:19 PM IST

Sports

Latest News

କୋଣାର୍କ(ସଞ୍ଜୟ ପତି) : ବାପା ନାଁରେ କଳଙ୍କ ହେଉଛନ୍ତି ଗୋପ ଥାନା ବିଜିପୁର ଗାଁର ଦୁର୍ଗାଗଚଣ ମହାରଣା। ନିଜ ଝିଅର ସୁରକ୍ଷା କବଚ ହେବା ପରିବର୍ତ୍ତେ ଦ୍ୱିତୀୟ ପତ୍ନୀଙ୍କ ପ୍ରରୋଚନାରେ ପଡ଼ି ନିଜ ରକ୍ତକୁ ହିଁ ସେ ନିପାତ କରିଦେଲେ। ଏପରିକି ଚିହ୍ନବର୍ଣ୍ଣ ମେଣ୍ଟାଇ ଦେବା ପାଇଁ ପାଖପଡ଼ୋଶୀ ୭,୮ ମାଲଭାଇଙ୍କ ସହାୟତାରେ ଶବକୁ ମଶାଣୀକୁ ନେଇ ପୋଡ଼ି ପାଉଁଶ କରିଦେଲେ। ଏହି ଘଟଣାକୁ ଖୋଳତାଡ଼ କରୁଥିବା ଗୋପ ପୁଲିସ୍‌ ନିଜ ଝିଅର ହତ୍ୟାକାରୀ ସାଜିଥିବା ବାପାକୁ ଗିରଫ କରି ସାରିଥିବା ବେଳେ ୩ ମାଲଭାଇଙ୍କୁ ବାନ୍ଧିଛି।

ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଡିସନାଲ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ଏଥିସହ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିବା ସେ କହିଛନ୍ତି। ହେଲେ କେଉଁ ପରିସ୍ଥିତିରେ, କିପରି ଏହା ଘଟିଛି ତଥା କିଏ ଏହି କାଣ୍ଡ ଭିଆଇଛି ତା’ ଉପରୁ ଖୁବ୍‌ ଶୀଘ୍ର ପରଦା ହଟିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବାରୁ ଏହାକୁ ରେଡ୍ ଫ୍ଲାଗ ଭାବେ ବିବେଚନା ପାଇଁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ଏହି ମାମଲାର ଚାର୍ଜସିଟ୍‌ ବି ଖୁବ୍‌ ଶୀଘ୍ର ଦାଖଲ ହେବ । ପୁରୀ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟର ଡିଏସ୍‌ପି ମନୋବ୍ରତା ଶତପଥିଙ୍କୁ ଏହି ମାମଲାର ତଦନ୍ତ ଭାର ଦିଆଯାଇଛି।

ଆସନ୍ତା ସପ୍ତାହ ସୁଦ୍ଧା ଏହି ମାମଲାର ପର୍ଦ୍ଦାଫାସ ହେବ ବୋଲି କହିଛନ୍ତି ଆଡିସନାଲ ଏସ୍‌ପି । ଖୁବ୍‌ ଶୀଘ୍ର ଅନ୍ୟ ଅବଶିଷ୍ଟ ମାଲଭାଇଙ୍କ ସମେତ ମୋନାଲିଙ୍କ ସାବତ ମା’ ଓ ତାଙ୍କ ଭାଇକୁ ବି  କାବୁ କରାଯିବ ବୋଲି କହିଛନ୍ତି ଆଡିସନାଲ ଏସ୍‌ପି।

କୋଲକତାରେ ରହୁଥିବା ମୋନାଲିଙ୍କ ବଡ଼ ଭଉଣୀ ରଞ୍ଜିତା ଫୋନ୍‌ ଯୋଗୁ ଭଉଣୀ ମୃତ୍ୟୁର ସୂଚନା ପାଇ ଘରକୁ ଫେରିଥିଲେ। ହେଲେ ଘରେ ଭଉଣୀକୁ ନ ପାଇ ଏନେଇ ସେ ଗୋପ ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ଘଟଣାର ଖୋଳତାଡ଼ କରୁ କରୁ ଏହା ଏକ ସାଂଘାତିକ ଘଟଣା ହୋଇଥିବା ବେଳେ କିପରି ମୋନାଲିଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦିଆଯାଇଛି ତାହାର ଛାତିଥରା ଚିତ୍ର ସାମନାକୁ ଆସୁଛି।

ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ ସହ ମଶାଣିରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି। ଏହାବାଦ ଉକ୍ତ ପାଉଁଶ ମୋନାଲିଙ୍କର ବୋଲି ଜାଣିବା ପାଇଁ ତାଙ୍କ ବାପା ଦୁର୍ଗାଚରଣଙ୍କ ଡିଏନ୍‌ଏ ସଂଗ୍ରହ କରାଯାଇଛି। ଏଥିସହ ବହୁ ଲୋକଙ୍କ କଲ୍‌ ଡିଟେଲ୍ସ ସଂଗ୍ରହ କରାଯାଉଛି। ହେଲେ ପ୍ରକୃତରେ କିପରି ମୃତ୍ୟୁ ହୋଇଛି ଜଣାପଡ଼ିନି ବୋଲି କହିଛନ୍ତି ଆଡିସନାଲ ଏସ୍‌ପି

ଭଉଣୀ ମୃତ୍ୟୁ ପରେ ଏତେ ବଡ଼ ଦୁନିଆରେ ସମ୍ପୂର୍ଣ୍ଣ ଏକାକୀ ହୋଇ ପଡ଼ିଥିବା ରଞ୍ଜିତା ନିଜ ଛାତିତଳର କୋହକୁ ଚାପି ରଖିଛନ୍ତି।  ଭଉଣୀ ହତ୍ୟାକାରୀଙ୍କୁ କଡ଼ା ଶାସ୍ତି ଦେବାକୁ ସେ ଦାବି କରିଛନ୍ତି । ଏହି ଘଟଣାରେ ଗାଁର କିଛି ମୁଖିଆ ବି ସାମିଲ ଥିବା ବେଳେ ମୃତଦେହକୁ ରାତାରାତି ପୋଡ଼ିଦେବାକୁ ସେମାନେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ରଞ୍ଜିତା। ତେଣୁ ସେମାନଙ୍କ ସହ ତାଙ୍କ ଜେଜେମା’, ସାବତ ମା’ ଓ ତାଙ୍କ ଭାଇଙ୍କୁ  ବି କାବୁ କରାଯାଉ ବୋଲି ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story