ଓଡିଶା ହାଇକୋର୍ଟରେ ଆଉ ୩ ନୂଆ ବିଚାରପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍ ଆଧାରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶା ହାଇକୋର୍ଟରେ ଆଉ ୩ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ୩ଜଣ ନୂଆ ବିଚାରପତି ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୧୭ଜଣ ବିଚାରପତି ହେବେ। ଆଜି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଡଭୋକେଟ୍ ମୃଙ୍ଗାଙ୍କ ଶେଖର ସାହୁ, ଜୁଡିସିଆଲ ଅଫିସର ରାଧାକାନ୍ତ ପଟ୍ଟନାୟକ ଓ ଶଶୀକାନ୍ତ ମିଶ୍ରଙ୍କୁ […]

Orissa High Court

Ordigital Desk
  • Published: Wednesday, 13 October 2021
  • , Updated: 13 October 2021, 07:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍ ଆଧାରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡ଼ିଶା ହାଇକୋର୍ଟରେ ଆଉ ୩ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ୩ଜଣ ନୂଆ ବିଚାରପତି ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୧୭ଜଣ ବିଚାରପତି ହେବେ।

ଆଜି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଡଭୋକେଟ୍ ମୃଙ୍ଗାଙ୍କ ଶେଖର ସାହୁ, ଜୁଡିସିଆଲ ଅଫିସର ରାଧାକାନ୍ତ ପଟ୍ଟନାୟକ ଓ ଶଶୀକାନ୍ତ ମିଶ୍ରଙ୍କୁ ସେମାନଙ୍କର ବରିଷ୍ଠତା ଭିତ୍ତିରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ସୁପ୍ରିମକୋର୍ଟ କଲେଜିୟମ ଗତ ସେପ୍ଟେମ୍ବର ୨୯ତାରିଖରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦବୀ ପାଇଁ ଏହି ବ୍ୟକ୍ତିମାନଙ୍କ ନାମ ସୁପାରିଶ କରିଥିଲେ । ବରିଷ୍ଠ ଓକିଲ ମୃଗାଙ୍କ ଶେଖର ସାହୁ ଏବେ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଥିବାବେଳେ ଶଶୀକାନ୍ତ ମିଶ୍ର ଏବେ ଗଞ୍ଜାମ ଜିଲ୍ଲା ଜଜ୍ ଭାବେ କାର୍ଯ୍ୟ କରୁଛନ୍ତି । ରାଧାକାନ୍ତ ପଟ୍ଟନାୟକ ଏବେ ଓଡ଼ିଶା ସରକାରଙ୍କ ଆଇନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ଯେଉଁଦିନ ସେମାନେ ଦାୟିତ୍ୱ ଗ୍ରହଣ କରିବେ ସେହିଦିନଠୁ ସେମାନଙ୍କର ବରିଷ୍ଠତା ସେହିଦିନଠୁ ହିସାବକୁ ନିଆଯିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଜଷ୍ଟିସ ଯଶବନ୍ତ ସିଂ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଂଚି ଥିଲା। ଏବେ ଏହି ସଂଖ୍ୟା ୧୭କୁ ବୃଦ୍ଧି ପାଇଛି।

Related story