ବାଇକ୍‌ ଚୋରି କଲା ବେଳେ ଧରା ପଡ଼ିଗଲେ, ନିର୍ଧୂମ ଛେଚା ଖାଇଲେ

ସୋର (ଶଶିଭୂଷଣ ବେହେରା): ବାଇକ୍‌ ଚୋରି କଲା ବେଳେ ୩ ଯୁବକଙ୍କୁ କାବୁ କରି ନିର୍ଧୂମ ଛେଚିଲେ ଗ୍ରାମବାସୀ । ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ  ଥାନା ଚାଲୁଣି ଗାଁରେ ଗତକାଲି ଘଟିଛି। ଗତକାଲି ଅପରାହ୍ନରେ ୩ ଯୁବକ ଚାଲୁଣି ଗାଁରେ ପହଞ୍ଚି ଜଣଙ୍କ ଘର ସମ୍ମୁଖରେ ଥିବା ବାଇକ୍‌କୁ ନେବାକୁ ଚେଷ୍ଟା କରୁଥିଲେ। ତେବେ ସେମାନେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ଗ୍ରାମବାସୀ ସେହି ଯୁବକମାନଙ୍କୁ ଧରି ମାଡ଼ ମାରିବା ସହ ଖୁଣ୍ଟରେ ବାନ୍ଧି […]

arrest

arrest

Niharika Rout
  • Published: Friday, 04 September 2020
  • Updated: 04 September 2020, 09:32 AM IST

Sports

Latest News

ସୋର (ଶଶିଭୂଷଣ ବେହେରା): ବାଇକ୍‌ ଚୋରି କଲା ବେଳେ ୩ ଯୁବକଙ୍କୁ କାବୁ କରି ନିର୍ଧୂମ ଛେଚିଲେ ଗ୍ରାମବାସୀ । ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ  ଥାନା ଚାଲୁଣି ଗାଁରେ ଗତକାଲି ଘଟିଛି।

ଗତକାଲି ଅପରାହ୍ନରେ ୩ ଯୁବକ ଚାଲୁଣି ଗାଁରେ ପହଞ୍ଚି ଜଣଙ୍କ ଘର ସମ୍ମୁଖରେ ଥିବା ବାଇକ୍‌କୁ ନେବାକୁ ଚେଷ୍ଟା କରୁଥିଲେ। ତେବେ ସେମାନେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ।

ଗ୍ରାମବାସୀ ସେହି ଯୁବକମାନଙ୍କୁ ଧରି ମାଡ଼ ମାରିବା ସହ ଖୁଣ୍ଟରେ ବାନ୍ଧି ଦେଇଥିଲେ । ଖବର ପାଇ ସନ୍ଧ୍ୟାରେ ପୁଲିସ୍‌ ପହଞ୍ଚି ଉକ୍ତ ୩ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos