ଯୁକ୍ତତିନି ପ୍ରଥମ କଟ୍ଅଫ୍ ମାର୍କ ପ୍ରକାଶିତ, ତିନୋଟି ବିଭାଗରେ ବିଜେବି ଆଗରେ

ଭୁବନେଶ୍ୱର: ଯୁକ୍ତ ୩ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ବିଜ୍ଞାନ, ବାଣିଜ୍ୟ ଓ କଳା, ତିନୋଟି ଯାକ ବିଭାଗରେ ବିଜେବି କଲେଜ ଆଗରେ ରହିଛି। ବିଜେବିରେ ବିଜ୍ଞାନର ପିସିଏମ୍ ପାଇଁ ୯୨.୩୩ ପ୍ରତିଶତ, ସିବିଜେଡ ପାଇଁ ୯୦.୬ ପ୍ରତିଶତ କଟଅଫ୍ ମାର୍କ ରହିଥିବା ବେଳେ ବାଣିଜ୍ୟ ପାଇଁ ୮୩ ପ୍ରତିଶତ ଏବଂ କଳା ପାଇଁ ୭୩.୩୩ ପ୍ରତିଶତ ରହିଛି। ସେହିପରି ବେସିକ ସାଇନ୍ସରେ ପିସିଏମ ପାଇଁ ୯୦.୪୦ ପ୍ରତିଶତ ଏବଂ ସିବିଜେଡ ପାଇଁ ୮୭.୫ […]

chse-odisha

Rakesh Mallick
  • Published: Wednesday, 15 July 2015
  • , Updated: 15 July 2015, 07:51 AM IST

ଭୁବନେଶ୍ୱର: ଯୁକ୍ତ ୩ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ବିଜ୍ଞାନ, ବାଣିଜ୍ୟ ଓ କଳା, ତିନୋଟି ଯାକ ବିଭାଗରେ ବିଜେବି କଲେଜ ଆଗରେ ରହିଛି। ବିଜେବିରେ ବିଜ୍ଞାନର ପିସିଏମ୍ ପାଇଁ ୯୨.୩୩ ପ୍ରତିଶତ, ସିବିଜେଡ ପାଇଁ ୯୦.୬ ପ୍ରତିଶତ କଟଅଫ୍ ମାର୍କ ରହିଥିବା ବେଳେ ବାଣିଜ୍ୟ ପାଇଁ ୮୩ ପ୍ରତିଶତ ଏବଂ କଳା ପାଇଁ ୭୩.୩୩ ପ୍ରତିଶତ ରହିଛି। ସେହିପରି ବେସିକ ସାଇନ୍ସରେ ପିସିଏମ ପାଇଁ ୯୦.୪୦ ପ୍ରତିଶତ ଏବଂ ସିବିଜେଡ ପାଇଁ ୮୭.୫ ପ୍ରତିଶତ କଟଅଫ୍ ମାର୍କ ରହିଛି। ସେପଟେ ଏଫ୍ ଏମ୍ କଲେଜର ସାଇନ୍ସରେ ପିସିଏମ ପାଇଁ ୮୨.୬୭, ସିବିଜେଡ ପାଇଁ ୭୭.୨, ବାଣିଜ୍ୟ ପାଇଁ ୫୯ ଏବଂ କଳା ପାଇଁ ୬୪.୫ ପ୍ରତିଶତ କଟଅଫ୍ ମାର୍କ ରହିଛି। ରାଜଧାନୀ କଲେଜରେ ସାଇନ୍ସ ପିସିଏମ ପାଇଁ ୮୪ ପ୍ରତିଶତ, ସିବିଜେଡ ୭୭.୪, ବାଣିଜ୍ୟ ୭୦.୮୩ ଏବଂ କଳା ପାଇଁ ୬୨.୯୨ ପ୍ରତିଶତ ରହିଛି। ଏସସିଏସରେ ସାଇନ୍ସ ପିସିଏମ ପାଇଁ ୭୬ ପ୍ରତିଶତ କଟ୍ଅଫ୍ ମାର୍କ ଥିବା ବେଳେ, ସିବିଜେଡ ପାଇଁ ୬୯.୧୭, ବାଣିଜ୍ୟ ପାଇଁ ୫୬.୬୭ ଏବଂ କଳା ପାଇଁ ୬୩.୬୭ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି ବୋଲି  ଉଚ୍ଚଶିକ୍ଷା ବିଭାଗ ଆଡମିଶନ ଇନଚାର୍ଜ ମିହିର କୁମାର ଦାସ ସୂଚନା ଦେଇଛନ୍ତି।

Related story