ବିଶ୍ୱାସରେ ବିଷ, ବନ୍ଧୁଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କଲା ବନ୍ଧୁ!

ଭବାନୀପାଟଣା (ରାଜକୁମାର ସିଂହଦେଓ): କଥାରେ ଅଛି, ବନ୍ଧୁ ପାଇଁ ବନ୍ଧୁ ଜୀବନ ଦେବ। ହେଲେ ଆଜିର ଦୁନିଆରେ ସେହି ବନ୍ଧୁ ହୁଡ଼ିଲା ବନ୍ଧ। ବିଶ୍ୱାସରେ ଦେଲା ବିଷ। ଜିନିଷପତ୍ର ଦେବା ବାହାନାରେ ଘରକୁ ଆସି ବନ୍ଧୁଙ୍କ ପତ୍ନୀକୁ କଲା ଦୁଷ୍କର୍ମ! ଏପରି ଅନ୍ୟମାନଙ୍କ ଦ୍ୱାରା ଦୁଷ୍କର୍ମ କରାଇବାକୁ ଉଦ୍ୟମ କରୁଥିବା ବେଳେ ଜୀବନ ବିକଳରେ ଦୌଡ଼ି ପଳାଇ ଆସିଥିଲେ ବନ୍ଧୁଙ୍କ ପତ୍ନୀ। ଏପରି ଲୋମହର୍ଷଣକାରୀ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ସଦର […]

3-rapest-arrested-by-police-in-kalahandi

Manoranjan Sial
  • Published: Monday, 16 December 2019
  • , Updated: 16 December 2019, 05:06 PM IST

ଭବାନୀପାଟଣା (ରାଜକୁମାର ସିଂହଦେଓ): କଥାରେ ଅଛି, ବନ୍ଧୁ ପାଇଁ ବନ୍ଧୁ ଜୀବନ ଦେବ। ହେଲେ ଆଜିର ଦୁନିଆରେ ସେହି ବନ୍ଧୁ ହୁଡ଼ିଲା ବନ୍ଧ। ବିଶ୍ୱାସରେ ଦେଲା ବିଷ। ଜିନିଷପତ୍ର ଦେବା ବାହାନାରେ ଘରକୁ ଆସି ବନ୍ଧୁଙ୍କ ପତ୍ନୀକୁ କଲା ଦୁଷ୍କର୍ମ! ଏପରି ଅନ୍ୟମାନଙ୍କ ଦ୍ୱାରା ଦୁଷ୍କର୍ମ କରାଇବାକୁ ଉଦ୍ୟମ କରୁଥିବା ବେଳେ ଜୀବନ ବିକଳରେ ଦୌଡ଼ି ପଳାଇ ଆସିଥିଲେ ବନ୍ଧୁଙ୍କ ପତ୍ନୀ। ଏପରି ଲୋମହର୍ଷଣକାରୀ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ସଦର ଥାନା ପୁଲିସ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଭବାନୀପାଟଣା ଥାନା ଅଞ୍ଚଳର ପଦ୍ମା(ଛଦ୍ମନାମ)ଙ୍କ ସ୍ୱାମୀ ଗୋଆରେ ଦାଦନ ଖଟନ୍ତି। ସେ ତାଙ୍କ ସାଙ୍ଗ ଝସକେତନ ନାଗଙ୍କ ହାତରେ ଘରକୁ ୧୦୦୦ ଟଙ୍କା ଓ ଅନ୍ୟାନ୍ୟ ଜିନିଷପତ୍ର ପଠାଇଥିଲେ। ସେହି ଜିନିଷପତ୍ର ଦେବା ପାଇଁ ଗତ ୧୧ ତାରିଖରେ ପଦ୍ମାଙ୍କ ଘରକୁ ଝସକେତନ ଆସିଥିଲେ। ଆଉ ସେହି ରାତିରେ ସେ ପଦ୍ମାଙ୍କ ଘରେ ରହିଥିଲେ।

ତା’ପର ଦିନ ଭବାନୀପାଟଣାରେ ଏଟିଏମ୍‌ରୁ ଟଙ୍କା ଉଠାଇ ଦେବାକୁ କହି ପଦ୍ମାଙ୍କୁ ସାଥିରେ ଡାକି ଆଣିଥିଲା ଝସକେତନ। ହେଲେ ସେ ଭବାନୀପାଟଣା ନଯାଇ ଜୁନାଗଡ଼ ଅଭିମୁଖେ ଯାଇଥିଲେ। ଗୋବରା ନାଳ ପାର୍ଶ୍ୱରେ ହଠାତ ଝସକେତନ ଗାଡ଼ି ଅଟକାଇ କାହା ସହିତ ଫୋନ୍‌ରେ କଥା ହେଲେ। ଆଉ ତା’ପରେ ପଦ୍ମାଙ୍କୁ ଜବରଦସ୍ତ ଟେକି ନେଇ ନାଳ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ଝସକେତନଙ୍କ ଦୁଇ ସାଙ୍ଗ ଲକ୍ଷ୍ମୀକାନ୍ତ ନାଗ ଓ କିଶୋର ଚନ୍ଦ୍ର ମହାଲିକ ଘଟଣାସ୍ଥଳରେ ପହଞ୍ଚି ପଦ୍ମାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ପଦ୍ମା ଏହା ଦେଖି ସେଠାରୁ ଜୀବନ ବିକଳରେ ରାସ୍ତା ଉପରକୁ ଚାଲି ଆସିଥିଲେ। ଆଉ ତା’ପରେ ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ସେହିଦିନ ସଞ୍ଜବେଳେ ପଦ୍ମା ଏନେଇ ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଝସକେତନ ନାଗ, ଲକ୍ଷ୍ମୀକାନ୍ତ ନାଗ ଓ କିଶୋର ଚନ୍ଦ୍ର ମହାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related story