୩ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌, ଜରିମାନା

ରାଉରକେଲା/କେନ୍ଦୁଝର (ସତ୍ୟାନନ୍ଦ/ପ୍ରଣୟ): ୨୦୧୭ ମସିହାରେ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବା ଗଣ ଦୁଷ୍କର୍ମ ମାମଲାର ଆଜି ରାୟ ପ୍ରକାଶ ପାଇଛି। ୩ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ଜରିମାନା କରିଛନ୍ତି। କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ୨୦୧୭ ମସିହା ଜୁଲାଇ ମାସରେ ବିଶ୍ରା ଥାନା ଅଞ୍ଚଳରେ ଜଣେ ମହିଳା କ୍ଷେତରୁ କାମ ସାରି ଘରକୁ ଫେରୁଥିଲା। ଏହି ସମୟରେ ନିମିଳିଆ ଲାକ୍ରା, ରାଜେଶ ଲାକ୍ରା ଓ ଅଜିତ ଗୁଡ଼ିଆ ତାଙ୍କୁ […]

kpl

kpl

Manoranjan Sial
  • Published: Thursday, 28 January 2021
  • Updated: 28 January 2021, 08:46 PM IST

ରାଉରକେଲା/କେନ୍ଦୁଝର (ସତ୍ୟାନନ୍ଦ/ପ୍ରଣୟ): ୨୦୧୭ ମସିହାରେ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବା ଗଣ ଦୁଷ୍କର୍ମ ମାମଲାର ଆଜି ରାୟ ପ୍ରକାଶ ପାଇଛି। ୩ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ଜରିମାନା କରିଛନ୍ତି। କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି।

୨୦୧୭ ମସିହା ଜୁଲାଇ ମାସରେ ବିଶ୍ରା ଥାନା ଅଞ୍ଚଳରେ ଜଣେ ମହିଳା କ୍ଷେତରୁ କାମ ସାରି ଘରକୁ ଫେରୁଥିଲା। ଏହି ସମୟରେ ନିମିଳିଆ ଲାକ୍ରା, ରାଜେଶ ଲାକ୍ରା ଓ ଅଜିତ ଗୁଡ଼ିଆ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ଗଣ ଦୁଷ୍କର୍ମ କରିଥିଲେ। ଏନେଇ ଅଭିଯୋଗ ହେବା ପରେ ବିଶ୍ରା ଥାନା ପୁଲିସ 376(D) ଓ 506 ଦଫାରେ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ହେଲେ ପଶ୍ଚିମ ଓଡ଼ିଶାରେ ଆଇନ୍‌ଜୀବୀଙ୍କ ଧର୍ମଘଟ ଯୋଗୁ ମାମଲା କୋର୍ଟକୁ ଯାଇପାରି ନଥିଲା। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ମାମଲାକୁ କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ କୋର୍ଟକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। 

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। କେନ୍ଦୁଝର ସେସନ କୋର୍ଟ ଜଜ୍‌ ୧୩ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ୩ ଅଭଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏଥି ସହିତ ୫୦୦୦ ଟଙ୍କା ଲେଖାଏଁ କୋର୍ଟ ଜରିମାନା କରିଛନ୍ତି। ତେବେ ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ।

ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ଧମକଚମକ ଦାବା ଅଭିଯୋଗରେ ନିମିଳିଆ ଲାକ୍ରାଙ୍କୁ ଅଧିକ ବର୍ଷେ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ସେ ୨୧ ବର୍ଷ ଜେଲ୍‌ ଭୋଗିବେ ବୋଲି ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos