ଜଳିଗଲା ୩ ଦୋକାନ

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ଦୁର୍ଗାପୁର ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୩ଟି ଦୋକାନ ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ଗତକାଲି ରାତି ପ୍ରାୟ୧ଟା ରୁ ୧.୩୦ମଧ୍ୟରେ ନିଆଁ ଲାଗିଥିବା ଜଣାପଡ଼ିଛି। ଦୋକାନ ଗୁଡ଼ିକରେ ନିଆଁ ଲାଗିଥିବା ଦେଖି କିଛି ବ୍ୟବସାୟୀଙ୍କ ସହିତ ସ୍ଥାନୀୟ ଲୋକେ ଏହାକୁ ଲିଭାଇବାକୁ ଉଦ୍ୟମ କରିଥିଲେ। ଏଥିସହ ଛେଣ୍ଡିପଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। […]

fire

fire

Jyoshna Pradhan
  • Published: Thursday, 16 May 2019
  • Updated: 16 May 2019, 08:53 AM IST

Sports

Latest News

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ଦୁର୍ଗାପୁର ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୩ଟି ଦୋକାନ ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ଗତକାଲି ରାତି ପ୍ରାୟ୧ଟା ରୁ ୧.୩୦ମଧ୍ୟରେ ନିଆଁ ଲାଗିଥିବା ଜଣାପଡ଼ିଛି।

fire

ଦୋକାନ ଗୁଡ଼ିକରେ ନିଆଁ ଲାଗିଥିବା ଦେଖି କିଛି ବ୍ୟବସାୟୀଙ୍କ ସହିତ ସ୍ଥାନୀୟ ଲୋକେ ଏହାକୁ ଲିଭାଇବାକୁ ଉଦ୍ୟମ କରିଥିଲେ। ଏଥିସହ ଛେଣ୍ଡିପଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଠିକ୍‌ ସମୟରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବାରୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡକୁ ଏଡ଼ାଇ ଦିଆଯାଇପାରିଥିଲା ଓ ବଜାରର ଅନ୍ୟ ସବୁ ଦୋକାନ ନିଆଁ ମୁହଁରୁ ବର୍ତ୍ତି ଯାଇଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos