୩ ଭଉଣୀ ଜୀବନ୍ତ ଦଗ୍ଧ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରିରେ ଅଭାବନୀୟ ଘଟଣା ଘଟିଛି। ଜଗନ୍ନାଥ ମନ୍ଦିର ପାଖରେ ଥିବା ଘରେ ନିଆଁ ଲାଗି ୩ ଭଉଣୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୩ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଘର ଭିତର ପଟ କବାଟ ବନ୍ଦ ଥିବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ୩ ଭାଇ ଘରେ ନ ଥିବା ବେଳେ ଏପରି ଅଘଟଣ ଘଟିଛି। ୧୦ ଦିନ ତଳେ ମୃତ ଭଉଣୀମାନଙ୍କର […]

IMG-20180418-WA0074

Rakesh Mallick
  • Published: Wednesday, 18 April 2018
  • , Updated: 18 April 2018, 10:52 AM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରିରେ ଅଭାବନୀୟ ଘଟଣା ଘଟିଛି। ଜଗନ୍ନାଥ ମନ୍ଦିର ପାଖରେ ଥିବା ଘରେ ନିଆଁ ଲାଗି ୩ ଭଉଣୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୩ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଘର ଭିତର ପଟ କବାଟ ବନ୍ଦ ଥିବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ୩ ଭାଇ ଘରେ ନ ଥିବା ବେଳେ ଏପରି ଅଘଟଣ ଘଟିଛି। ୧୦ ଦିନ ତଳେ ମୃତ ଭଉଣୀମାନଙ୍କର ବାପାଙ୍କର ମୃତ୍ୟୁ ଘଟିଥିଲା।

Related story