ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଭରସୁଜା ପଞ୍ଚାୟତ ଗଣପାଲ୍ଲୀ ଗାଁରେ ବିଦ୍ୟୁତ ତାର ଛିଡ଼ି ପଡ଼ିବାରୁ ୨ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଦୁଇ ମହିଳା ହେଲେ ରେବତୀ ସାହୁ ଓ ଦେଇମତି ସାହୁ।
ବିଲରେ କାମ କରୁଥିବା ବେଳେ ସେମାନଙ୍କ ଉପରେ ୧୧ କେଭି ତାର ଛିଡ଼ି ପଡିଥିଲା।
ସକାଳେ ଧାନ ରୋଇବାକୁ ଏହି ମହିଳାମାନେ ଯାଇଥିଲେ। କାମ ଚାଲିଥିବା ବେଳେ ହଠାତ୍ ଚାଷ ଜମି କଡ଼ରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ସେମାନଙ୍କ ଉପରେ ତାର ପଡ଼ିଥିଲା ।
ଜିଲ୍ଲାପାଳ ଆଶିଷ ଠାକରେ ବିଦ୍ୟୁତ୍ ବିଭାଗକୁ ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।