ଖେଳୁ ଖେଳୁ ଚାଲିଗଲା ୩ ବର୍ଷ ଶିଶୁର ଜୀବନ, ମର୍ମାହତ ହୋଇ ବିଷ ପିଇଦେଲା ତା’ସାଙ୍ଗ

କେନ୍ଦୁଝର(ଓଡ଼ିଶା ରିପୋର୍ଟର):କେନ୍ଦୁଝର ସଦର ଥାନା କେରି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଖେଳୁ ଖେଳୁ ଜଣେ ୩ ବର୍ଷ ପିଲାର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଏଥିରେ ମର୍ମାହତ ହୋଇ ବିଷ ପିଇଦେଇଛି। ଗୁରୁତର ଥିବା ଛାତ୍ର ଜଣକୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଶିଶୁର ନାଁ ଗୁରୁ ମହାନ୍ତ(୩) ଏବଂ ଆହତ ଜଣକ ହେଲେ ତା ଠାରୁ ବୟସରେ ବଡ଼ ରଞ୍ଜନ ମହାନ୍ତ। ସୂଚନା ଅନୁଯାୟୀ, ଉକ୍ତ ଗାଁରେ ଆଜି କିଛି ପିଲା […]

vcc-45

vcc-45

Puspanjali Panda
  • Published: Sunday, 11 August 2019
  • Updated: 11 August 2019, 08:03 PM IST

Sports

Latest News

କେନ୍ଦୁଝର(ଓଡ଼ିଶା ରିପୋର୍ଟର):କେନ୍ଦୁଝର ସଦର ଥାନା କେରି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଖେଳୁ ଖେଳୁ ଜଣେ ୩ ବର୍ଷ ପିଲାର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଏଥିରେ ମର୍ମାହତ ହୋଇ ବିଷ ପିଇଦେଇଛି। ଗୁରୁତର ଥିବା ଛାତ୍ର ଜଣକୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଶିଶୁର ନାଁ ଗୁରୁ ମହାନ୍ତ(୩) ଏବଂ ଆହତ ଜଣକ ହେଲେ ତା ଠାରୁ ବୟସରେ ବଡ଼ ରଞ୍ଜନ ମହାନ୍ତ।

ସୂଚନା ଅନୁଯାୟୀ, ଉକ୍ତ ଗାଁରେ ଆଜି କିଛି ପିଲା ଖେଳୁଥିଲେ। ଏକ ଅଟୋରେ ୩ ବର୍ଷର ପିଲା ଗୁରୁ ବସିଥିବା ବେଳେ ରଞ୍ଜନ ଅଟୋଟିକୁ ଠେଲିଦେଇ ଥିଲେ। ତେବେ କୌଣସି କାରଣରୁ ଅଟୋରୁ ଗୁରୁ ଖସିପଡ଼ିଥିଲା ଓ ତା' ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିଲା।ଏହା ପରେ ଅନ୍ୟ ସାଙ୍ଗମାନେ ରଞ୍ଜନକୁ ଡରାଇଦେଇଥିଲେ। ସାଙ୍ଗମାନେ କହିଥିଲେ ଯେ, ଯେହେତୁ ତୁ ଗାଡ଼ିକୁ ଧକ୍କା ଦେଉଥିଲୁ ତେଣୁ ତୋ ନାମରେ କେସ୍‌ ହେବ।

ଗୁରୁର ଘର ଲୋକ ତୋତେ ପୁଲିସରେ ଦେବେ। ଏହା ଶୁଣି ରଞ୍ଜନ ଡରିଯାଇ ନିଜ ଘରକୁ ଯାଇ ବିଷପିଇ ଦେଇଥିଲା। ଏବେ ସେ ଗୁରୁତର ଅବସ୍ଥାରେ ଅଛି। ତାକୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos