ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କ ମୁଣ୍ଡକୁ ଛେଚିଦେଲେ

କରଞ୍ଜିଆ(ଦୀପକ କୁମାର ମହନ୍ତ) :ଏବେବି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିରାଜମାନ କରୁଛି ଅନ୍ଧବିଶ୍ୱାସ, ହଜିଯାଉଛି ମାନବିକତା। ଡାହାଣୀ ସନ୍ଦେହରେ ଅକଥନୀୟ ନିର୍ଯାତନା ଦେଉଥିବା ବେଳେ ବହୁ ସମୟରେ ଜୀବନ ବି ନେଇ ଯାଉଛନ୍ତି। ଏପରି ଏକ ଅମାନବୀୟ କାଣ୍ଡ ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମପଞ୍ଚାୟତ ଅଧିନ ବଉଳା ଗ୍ରାମରେ ଘଟିଛି। ଡାହାଣୀ ସନ୍ଦେହରେ କିଛି ଗ୍ରାମବାସୀ ଜୟରାମ ପୂର୍ତ୍ତୀଙ୍କ ପତ୍ନୀ ସୁନେଇ ନାମ୍ନୀ ବୃଦ୍ଧାଙ୍କ ମୁଣ୍ଡକୁ ଛେଚି ନିର୍ମମ ଭାବେ ହତ୍ୟା କରିଛନ୍ତି। […]

arrest

arrest

Niharika Rout
  • Published: Tuesday, 18 October 2022
  • Updated: 18 October 2022, 11:17 AM IST

Sports

Latest News

କରଞ୍ଜିଆ(ଦୀପକ କୁମାର ମହନ୍ତ) :ଏବେବି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିରାଜମାନ କରୁଛି ଅନ୍ଧବିଶ୍ୱାସ, ହଜିଯାଉଛି ମାନବିକତା। ଡାହାଣୀ ସନ୍ଦେହରେ ଅକଥନୀୟ ନିର୍ଯାତନା ଦେଉଥିବା ବେଳେ ବହୁ ସମୟରେ ଜୀବନ ବି ନେଇ ଯାଉଛନ୍ତି। ଏପରି ଏକ ଅମାନବୀୟ କାଣ୍ଡ ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମପଞ୍ଚାୟତ ଅଧିନ ବଉଳା ଗ୍ରାମରେ ଘଟିଛି। ଡାହାଣୀ ସନ୍ଦେହରେ କିଛି ଗ୍ରାମବାସୀ ଜୟରାମ ପୂର୍ତ୍ତୀଙ୍କ ପତ୍ନୀ ସୁନେଇ ନାମ୍ନୀ ବୃଦ୍ଧାଙ୍କ ମୁଣ୍ଡକୁ ଛେଚି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଘଟଣାରେ ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତମାନେ ହେଲେ ଝରଝରି ଗ୍ରାମର ମାନକୀ ମୁଣ୍ଡୁରୀ,କାଣ୍ଡେ ହେମ୍ବ୍ରମ ଏବଂ ଜଣେ ନାବାଳକ। ବୃଦ୍ଧାଙ୍କୁ ଏକ ଟାଙ୍ଗିଆରେ ଛେଚି ହତ୍ୟା କରିଥିବା ସେମାନେ ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ୩ ଜଣ ମଧ୍ୟରୁ ମାନକୀ ମୁଣ୍ଡୁରୀଙ୍କ ମା' ଙ୍କର ମାସେ ପୂର୍ବରୁ ମୃତ୍ୟୁ ଘଟିଥିଲା। ସେହିପରି କାଣ୍ଡେର ବାପାଙ୍କର ଅଢେଇ ବର୍ଷ ପୂର୍ବରୁ ମୃତ୍ୟୁ ଘଟିଥିଲା। ଏହାବାଦ ସମ୍ପୃକ୍ତ ନାବାଳକ ଅଭିଯୁକ୍ତଙ୍କ ଭାଇ ବର୍ଷେ ପୂର୍ବରୁ ଆଖି ବୁଜିଥିଲେ। ଏହି ସବୁ ଘଟଣାକୁ ନେଇ ସେମାନେ ସୁନେଇକୁ  ଡାହାଣୀ ବୋଲି ସନ୍ଦେହ କରି ଆସୁଥିଲେ। ଏଣୁ ସୁନେଇଙ୍କୁ ଜୀବନରୁ ଶେଷ କରିବାକୁ ଯୋଜନା କରି ଜାଲ ବିଛାଇଥିଲେ।

ଜୟରାମ ପୂର୍ତ୍ତୀ ଓ ତାଙ୍କ ସ୍ତ୍ରୀ ସୁନେଇ ଏକ ନିଛାଟିଆ ସ୍ଥାନରେ ଥିବା ନିଜ ଘରେ ରହୁଥିଲେ। ଗତ ମଙ୍ଗଳବାର ଜୟରାମ ଭାଲିଆଡାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ପାଇଁ ଆସି ଭାଲିଆଡାଳ ଗ୍ରାମରେ ସମ୍ପର୍କୀୟଙ୍କ ଘରେ ରହିଯାଇଥିଲେ। ଏହାର ସୁଯୋଗ ନେଇ ୩ ଅଭିଯୁକ୍ତ ସେହିଦିନ ରାତିରେ ସୁନେଇଙ୍କ ଘରକୁ ଯାଇଥିଲେ। ସେମାନେ କବାଟକୁ ଭାଙ୍ଗି ଘରେ ପଶି ଏକ କୁରାଢ଼ୀ ସାହାଯ୍ୟରେ ସୁନେଇଙ୍କ ମୁଣ୍ଡକୁ ଛେଚି ହତ୍ୟା କରି ପଳାଇ ଯାଇଥିଲେ।

ବୁଧବାର ରାତିରେ ସ୍ୱାମୀ ଜୟରାମ ଘରକୁ ଫେରି ଘର ବାହାରେ ସ୍ତ୍ରୀର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ସାହି ପଡୋଶୀଙ୍କୁ ଆସି ସହାୟତା କରିବାକୁ କହିଥିଲେ ମଧ୍ୟ ତାଙ୍କୁ କେହି ସହାୟତା କରିନଥିଲେ। ଗୁରବାର ସକାଳେ ସୁନେଇଙ୍କ ପୁତୁରା ଏନେଇ ଥାନାରେ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳକୁ ଯାଇ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତରେ ତଦନ୍ତ କରିଥିଲା। ଏନେଇ ଏକ ମାମଲା ରୁଜୁ କରି ପୁଲିସ୍‌ ୩ ଜଣକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story