‘ମୋ ଝିଅକୁ ମାରିଦିଆଯାଇଛି, ଗାଁ ଲୋକଙ୍କ ସମ୍ପୃକ୍ତି ଅଛି’

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): “ମୋ ଝିଅକୁ ମାରି ଦିଆଯାଇଛି। ଏହି ହତ୍ୟାକାଣ୍ଡରେ ଆମ ଗାଁ ଲୋକଙ୍କ ସମ୍ପୃକ୍ତି ରହିଛି। କିନ୍ତୁ କିଏ ହତ୍ୟା କରିଛି ମୁଁ ଜାଣିନି।” ଆଜି ସ୍ୱାତୀର ମୃତଦେହ ମିଳିବା ପରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ତା’ ବାପା ସଞ୍ଜୟ ସାହୁ। ସେ କହିଛନ୍ତି-“ଗତକାଲି ଗାଁରେ ବୈଠକ ବସିଥିଲା। ଏହି ସମୟରେ ଗାଁରେ ଚୋର ପଶିଛନ୍ତି ବୋଲି ହାଲ୍ଲା ହେଲା। ବୈଠକ ଅଧାରୁ ସମସ୍ତେ ଚୋରକୁ ଧରିବା ପାଇଁ ପାଖ ଜଙ୍ଗଲକୁ ଚାଲିଗଲେ। ଆଉ […]

nayagarh-swati

nayagarh-swati

Manoranjan Sial
  • Published: Tuesday, 15 December 2020
  • Updated: 15 December 2020, 02:16 PM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): “ମୋ ଝିଅକୁ ମାରି ଦିଆଯାଇଛି। ଏହି ହତ୍ୟାକାଣ୍ଡରେ ଆମ ଗାଁ ଲୋକଙ୍କ ସମ୍ପୃକ୍ତି ରହିଛି। କିନ୍ତୁ କିଏ ହତ୍ୟା କରିଛି ମୁଁ ଜାଣିନି।” ଆଜି ସ୍ୱାତୀର ମୃତଦେହ ମିଳିବା ପରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ତା’ ବାପା ସଞ୍ଜୟ ସାହୁ।

ସେ କହିଛନ୍ତି-“ଗତକାଲି ଗାଁରେ ବୈଠକ ବସିଥିଲା। ଏହି ସମୟରେ ଗାଁରେ ଚୋର ପଶିଛନ୍ତି ବୋଲି ହାଲ୍ଲା ହେଲା। ବୈଠକ ଅଧାରୁ ସମସ୍ତେ ଚୋରକୁ ଧରିବା ପାଇଁ ପାଖ ଜଙ୍ଗଲକୁ ଚାଲିଗଲେ। ଆଉ ଆଜି ସକାଳେ ପୋଖରୀରେ ଝିଅର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଏଥିରୁ ଜଣାପଡ଼ୁଛି ମୋ ଝିଅକୁ ହତ୍ୟା କରାଯାଇଛି।”

 

ହତ୍ୟାରେ ଗାଁ ଲୋକ ସଂପୃକ୍ତ ଥିବା କହିବାରୁ ସଞ୍ଜୟକୁ କେତେକ ଲୋକ ଘେରି ଯାଇ ଠେଲାପେଲା କରିଥିଲେ। ଏପରିକି ତାଙ୍କୁ ମାଡ଼ ମାରାଯାଇଥିବା ଅଭିଯୋଗ ହୋଇଛି।

 

ରଣପୁର ଥାନା ନରେନ୍ଦ୍ରପୁର ପଞ୍ଚାୟତ ବଧିପାଟଣା ଗାଁ ବଡ଼ସାହିର ସଞ୍ଜୟ ସାହୁଙ୍କ ୩ ବର୍ଷର ଝିଅ ସ୍ୱାତୀ ଗତ ଶୁକ୍ରବାର ମଧ୍ୟାହ୍ନରେ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍‌ ଗାଏବ ହୋଇଯାଇଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ସ୍ୱାତୀର ସନ୍ଧାନ ପାଇ ନଥିଲା। ଅଗ୍ନିଶମ ବିଭାଗ ଗାଁ ଆଖ ପାଖରେ ଥିବା କୂଅ ଓ ପୋଖରୀରେ ଖୋଜିଥିଲା। ପରେ ବ୍ରହ୍ମପୁରରୁ ଆସିଥିବା ଓଡ୍ରାଫ୍‌ ଟିମ୍‌କୁ ଉଦ୍ଧାର ମଧ୍ୟ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ହେଲେ ସ୍ୱାତୀକୁ ପାଇ ନଥିଲା।

 

ଆଜି ସକାଳେ ବଡ଼ସାହିଠାରୁ ୫୦୦ ମିଟର ଦୂର ଆଦିବାସୀ ସାହିର ପଙ୍କୁଆ ପୋଖରୀରେ ଏକ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସାହି ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଉପସ୍ଥିତି ସ୍ୱାତୀର ବାପା-ମାଆ ଚିହ୍ନି ଥିଲେ। ମୃତ ସ୍ୱାତୀର ମୁଣ୍ଡରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି।

 

ତେବେ ଏଠି ପ୍ରଶ୍ନ ଉଠୁଛି, ଜଣେ ୩ ବର୍ଷର ଶିଶୁ ଘରଠାରୁ ୫୦୦ ମିଟର ଦୂରକୁ କେମିତି ଗଲା? ଶୁକ୍ରବାରଠାରୁ ନିଖୋଜ ହୋଇଥିବା ସ୍ୱାତୀର ମୃତଦେହ ଆଜି କେମିତି ପୋଖରୀକୁ ଆସିଲା? କାରଣ ପୂର୍ବରୁ ବି ଏଠାରେ ତାକୁ ଖୋଜା ଯାଇଥିଲା।  ପରୀ ପରି ସ୍ୱାତୀକୁ କେହି ହତ୍ୟା କରିଛି କି? ପୋଖରୀରୁ ସ୍ୱାତୀର ମୃତଦେହ ମିଳିବା ପରେ ଏମିତି ଅନେକ ଅସମାହିତ ପ୍ରଶ୍ନ ଏବେ ଉଙ୍କି ମାରୁଛି। ତେବେ ଏହାରି ଭିତରେ ପୁଲିସ ମୃତଦେହ ଜବତ କରି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos