୩୦ ଜିଲ୍ଲାରେ କାର୍ଯ୍ୟକାରୀ ହେବ ଗୋପବନ୍ଧୁ ଗ୍ରାମୀଣ ଯୋଜନା

ଭୁବନେଶ୍ୱର:ଏଣିକି ଗୋପବନ୍ଧୁ ଗ୍ରାମୀଣ ଯୋଜନା ୩୦ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏଥି ପାଇଁ ବାର୍ଷିକ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୬୫୦କୋଟି ଟଙ୍କା ଯୋଗାଇଦେବେ। କେନ୍ଦ୍ର ସରକାରଙ୍କ ବିଆରଜିଏଫ ଓ ଆଇଏପି ପାଣ୍ଠି ବନ୍ଦ ହୋଇଯିବା ପରେ ରାଜ୍ୟର ପଛୁଆ ଜିଲ୍ଲା ଓ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ଯୋଜନା ସମସ୍ତ ଜିଲ୍ଲାକୁ ସମ୍ପ୍ରସାରିତ କରାଯାଇଛି। ଗତକାଲି ସଂଧ୍ୟାରେ ସଚିବାଳୟ ଠାରେ ପଞ୍ଚାୟତି ରାଜ ବିଭାଗର ସମୀକ୍ଷା ବୈଠକ ସରିବା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। […]

ORISSA_SECRETARIAT

Rakesh Mallick
  • Published: Friday, 05 June 2015
  • , Updated: 05 June 2015, 01:42 AM IST

ଭୁବନେଶ୍ୱର:ଏଣିକି ଗୋପବନ୍ଧୁ ଗ୍ରାମୀଣ ଯୋଜନା ୩୦ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏଥି ପାଇଁ ବାର୍ଷିକ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୬୫୦କୋଟି ଟଙ୍କା ଯୋଗାଇଦେବେ। କେନ୍ଦ୍ର ସରକାରଙ୍କ ବିଆରଜିଏଫ ଓ ଆଇଏପି ପାଣ୍ଠି ବନ୍ଦ ହୋଇଯିବା ପରେ ରାଜ୍ୟର ପଛୁଆ ଜିଲ୍ଲା ଓ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ଯୋଜନା ସମସ୍ତ ଜିଲ୍ଲାକୁ ସମ୍ପ୍ରସାରିତ କରାଯାଇଛି। ଗତକାଲି ସଂଧ୍ୟାରେ ସଚିବାଳୟ ଠାରେ ପଞ୍ଚାୟତି ରାଜ ବିଭାଗର ସମୀକ୍ଷା ବୈଠକ ସରିବା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଆଗାମୀ ୪ବର୍ଷରେ ରାଜ୍ୟର ସମସ୍ତ ଗ୍ରାମ୍ୟ ରାସ୍ତାକୁ କଂକ୍ରିଟ ଓ ପିଚୁ ରାସ୍ତାରେ ପରିଣତ କରାଯିବ, ୧୦ଲକ୍ଷ ୩୫ହଜାର କଚ୍ଚା ଘରକୁ ପକ୍କା ଘରରେ ପରିଣତ କରାଯିବ। ଏଥି ସହିତ ପ୍ରତି ଗାଁରେ ମଶାଣି, ଗାଧୁଆ ଘାଟ ଓ ଲୁଗା ବଦଳା ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି।

Related story