ନିର୍ବାଚନ ମଇଦାନରେ ୩୦୪ କୋଟିପତି: ଆଗରେ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାନରେ ସମୁଦାୟ ୩୦୪ କୋଟିପତି ପ୍ରାର୍ଥୀ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। କୋଟିପତି ପ୍ରାର୍ଥୀଙ୍କ ତାଲିକାର ୨ ନମ୍ବରରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ନମ୍ବର ସ୍ଥାନ କଂଗ୍ରେସର ବବି ମହାନ୍ତି ଦଖଲ କରିଥିବା ବେଳେ ୩ ନମ୍ବର ସ୍ଥାନରେ ଅଛନ୍ତି ଦଳର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ। ନିଜ ସତ୍ୟପାଠରେ ଦେଇଥିବା ତଥ୍ୟ ଅନୁସାରେ ବିଜେଡିର ୧୪୬ ପ୍ରାର୍ଥୀଙ୍କ ଭିତରୁ ୯୭ ଜଣ ହେଉଛନ୍ତି କୋଟିପତି। ଦଳରେ ସବୁଠୁ ଅଧିକ ଧନୀ ପ୍ରାର୍ଥୀ […]

304-crorepatis-257-facing-serious-criminal-charges-are-in-fray-in-Odisha

304-crorepatis-257-facing-serious-criminal-charges-are-in-fray-in-Odisha

Manoranjan Sial
  • Published: Sunday, 28 April 2019
  • Updated: 28 April 2019, 08:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାନରେ ସମୁଦାୟ ୩୦୪ କୋଟିପତି ପ୍ରାର୍ଥୀ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। କୋଟିପତି ପ୍ରାର୍ଥୀଙ୍କ ତାଲିକାର ୨ ନମ୍ବରରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ନମ୍ବର ସ୍ଥାନ କଂଗ୍ରେସର ବବି ମହାନ୍ତି ଦଖଲ କରିଥିବା ବେଳେ ୩ ନମ୍ବର ସ୍ଥାନରେ ଅଛନ୍ତି ଦଳର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ।

ନିଜ ସତ୍ୟପାଠରେ ଦେଇଥିବା ତଥ୍ୟ ଅନୁସାରେ ବିଜେଡିର ୧୪୬ ପ୍ରାର୍ଥୀଙ୍କ ଭିତରୁ ୯୭ ଜଣ ହେଉଛନ୍ତି କୋଟିପତି। ଦଳରେ ସବୁଠୁ ଅଧିକ ଧନୀ ପ୍ରାର୍ଥୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୬୩ କୋଟି ୮୭ ଲକ୍ଷ। ୨୦୧୪ ତୁଳନାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ୪୨୯ ପ୍ରତିଶତ ବଢିଛି।

ହେଲେ କୋଟିପତି ପ୍ରାର୍ଥୀଙ୍କ ତାଲିକାର ଏକ ନମ୍ବରରେ ଅଛନ୍ତି କଂଗ୍ରେସର ବଡ଼ମ୍ବା ପ୍ରାର୍ଥୀ ବବି ମହାନ୍ତି। ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୦୬ କୋଟି। ତିନି ନମ୍ବରରେ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ତାଙ୍କ ସମ୍ପତ୍ତିର ମୂଲ୍ୟ ୬୦ କୋଟି ୩୪ ଲକ୍ଷ। ବିଜେଡି ପଛକୁ ୭୫ କୋଟିପତିଙ୍କୁ ମଇଦାନକୁ ଛାଡିଛି ବିଜେପି। କଂଗ୍ରେସ ମଧ୍ୟ ପଛରେ ନାହିଁ। ଦଳର ୭୩ କୋଟିପତି ଏଥର ନିର୍ବାଚନ ରଣାଙ୍ଗନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।

ତେବେ ବଡ଼କଥା ହେଉଛି, ଗତଥର ଜିତିଥିବା କିଛି ପ୍ରାର୍ଥୀ ଏଥର ପୁଣି ମଇଦାନକୁ ଓହ୍ଲାଇବା ଓ ତାଙ୍କ ସମ୍ପତ୍ତି ଅହେତୁକ ଭାବେ ବଢିବା ସମସ୍ତଙ୍କୁ ଚକିତ କରିଛି। ବିଜେଡିର ୬୬ ଜଣ ବିଧାୟକ ପୁଣି ମଇଦାନକୁ ଓହ୍ଲାଇଥିବା ବେଳେ ଏମାନଙ୍କ ହାରାହାରି ସମ୍ପତ୍ତି ୨ କୋଟିରୁ ୫ କୋଟିରେ ପହଁଞ୍ଚିଛି। ୨୦୧୪ରେ ଲଢିଥିବା ପ୍ରାର୍ଥୀଙ୍କ ସମ୍ପତ୍ତି ହାରାହାରି ୧୩୯ ପ୍ରତିଶତ ବଢ଼ିଥିବା ଏଥିରେ ଦର୍ଶାଯାଇଛି।

ଏଥର ସମୁଦାୟ ୧୧୨ ଜଣ ମହିଳା ପ୍ରାର୍ଥୀ ବିଧାନସଭା ଲଢେଇ ମଇଦାନକୁ ଓହ୍ଲାଇଛନ୍ତି। ଏମାନଙ୍କ ଭିତରୁ ବିଜେଡିର ଅଛନ୍ତି ୧୯, କଂଗ୍ରେସର ୧୩ ଓ ବିଜେପିର ୧୨ ପ୍ରାର୍ଥୀ ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ ୩୦ ପ୍ରାର୍ଥୀ ପଞ୍ଚମ ପାସ ଓ ୮୩ ପ୍ରାର୍ଥୀ ଅଷ୍ଟମ ପାସ ଅଛନ୍ତି।

ଏଥର ବିଧାନସଭା ମଇଦାନରେ ଅପରାଧୀକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ମୋଟ ତର୍ଜମା ହୋଇଥିବା ୧୧୨୧ ପ୍ରାର୍ଥୀଙ୍କ ଭିତରୁ ୩୩୨ ପ୍ରାର୍ଥୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା। ଏମାନଙ୍କ ଭିତରୁ ୨୫୭ ଜଣଙ୍କ ନାଁରେ ରହିଛି ହତ୍ୟା, ଦୁଷ୍କର୍ମ ଓ ହତ୍ୟାପାଇଁ ଉଦ୍ୟମ ଭଳି ସଙ୍ଗିନ ଅଭିଯୋଗ। ୨୦୦୯ ଓ ୧୪ ତୁଳନାରେ ଏଥର ୭ ପ୍ରତିଶତ ଅଧିକ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି।

ବିଜେଡିର ୧୪୬ ସତ୍ୟପାଠରୁ ୫୮ ଜଣ ନିଜ ନାଁରେ ବିଭିନ୍ନ ଅପରାଧ ଥିବା ଦର୍ଶାଯଇଛନ୍ତି। ସେହିପରି ୧୪୫ ସତ୍ୟପାଠ ଭିତରୁ ବିଜେପିର ୮୬ ଜଣ ଓ ୧୩୯ ସତ୍ୟପାଠରୁ କଂଗ୍ରେସର ୬୪ ଜଣ ନିଜ ନାଁରେ ଅପରାଧିକ ମାମଲା ଥିବା ଉଲ୍ଲେଖ କରିଛନ୍ତି। ୫୯ଟି ଆସନରେ ତିନିଜଣ କିମ୍ବା ତା’ଠାରୁ ଅଧିକ ପ୍ରାର୍ଥୀଙ୍କ ନାଁରେ ମାମଲା ଥିବାରୁ ଏସବୁ ବିଧାନସଭା କ୍ଷେତ୍ରକୁ ରେଡ ଆଲର୍ଟ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି।

ପ୍ରଥମ ଥର ପାଇଁ ଏଥର ନିର୍ବାଚନ ପୂର୍ବରୁ ଅପରାଧିକ ପୃଷ୍ଠଭୂମିର ପ୍ରାର୍ଥୀ ନିଜ ନାଁରେ ଥିବା ମାମଲା ଗୁଡିକ ନେଇ ଅତିକମରେ ତିନୋଟି ଗଣମାଧ୍ୟମରେ ବିଜ୍ଞାପନ ଦେବା ନେଇ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହା କେତେଦୂର ପାଳନ ହୋଇଛି ତାକୁ ନେଇ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos