ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୩୦୭ ପ୍ରାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସିଭିଲି ସର୍ଭିସ-୨୦୧୯ର ମେନ୍ ପରୀକ୍ଷାଫଳ ଆଜି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ଙ୍କ ଦ୍ୱାରା ପ୍ରକାଶ ପାଇଛି । ମୋଟ ୩୦୭ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କୁ ଆସନ୍ତା ୨୨ତାରିଖରୁ ନିଜର ଡକ୍ୟୁମେଣ୍ଟ ଯାଂଚ ଓ ପର୍ସନାଲ ଟେଷ୍ଟ ଦେବେ ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି । ତେବେ ଏନେଇ ବିସ୍ତୃତ କାର୍ଯ୍ୟସୂଚୀ ଖୁବଶୀଘ୍ର ଆୟୋଗଙ୍କ ଦ୍ୱାରା ଜାରି ହେବ । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କର ପରୀକ୍ଷା ଫଳ ଓଡ଼ିଶା ଲୋକସେବା ଆୟୋଗଙ୍କ […]

OPSC-2

Ordigital Desk
  • Published: Thursday, 09 September 2021
  • , Updated: 09 September 2021, 10:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସିଭିଲି ସର୍ଭିସ-୨୦୧୯ର ମେନ୍ ପରୀକ୍ଷାଫଳ ଆଜି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ଙ୍କ ଦ୍ୱାରା ପ୍ରକାଶ ପାଇଛି । ମୋଟ ୩୦୭ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କୁ ଆସନ୍ତା ୨୨ତାରିଖରୁ ନିଜର ଡକ୍ୟୁମେଣ୍ଟ ଯାଂଚ ଓ ପର୍ସନାଲ ଟେଷ୍ଟ ଦେବେ ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି । ତେବେ ଏନେଇ ବିସ୍ତୃତ କାର୍ଯ୍ୟସୂଚୀ ଖୁବଶୀଘ୍ର ଆୟୋଗଙ୍କ ଦ୍ୱାରା ଜାରି ହେବ । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କର ପରୀକ୍ଷା ଫଳ ଓଡ଼ିଶା ଲୋକସେବା ଆୟୋଗଙ୍କ ୱେବସାଇଟରେ ଉପଲବ୍ଧ ରହିଛି ।
ଓଡ଼ିଶା ସିଭିଲ ସର୍ଭିସ-୨୦୧୯ ପରୀକ୍ଷା ଗତବର୍ଷ ଡିସେମ୍ବର ୭ତାରିଖରେ ଓ ଚଳିତବର୍ଷ ୩ତାରିଖରେ ଅନୁଷ୍ଠିତ ହୋଇଥିଲା। ମୋଟ ୧୫୩ଟି ଗ୍ରୁପ-ଏ ଓ ବି ବର୍ଗ ପାଇଁ ପରୀକ୍ଷା ହୋଇଥିଲା ।

Related story