୯ ବର୍ଷରେ ଗ୍ରାମାଂଚଳରେ ୩୧.୩୯ଲକ୍ଷ ଘର ନିର୍ମାଣ ଶେଷ, ବିଜୁ ପକ୍କାଘର ମାତ୍ର ୩.୧୬ଲକ୍ଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମସ୍ତଙ୍କୁ ବାସଘର ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆବାସ ଯୋଜନା ଉପରେ ଗୁରୁତ୍ୱ ଦେଉଥିବାବେଳେ ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ରାଜ୍ୟରେ ଗତ ୨୦୧୪-୧୫ ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ ମୋଟ ୩୧.୩୯ ଲକ୍ଷ ପକ୍କାଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତେବେ ଏହି ୯ବର୍ଷ ମଧ୍ୟରେ ମୋଟ ୩୧ଲକ୍ଷ ୩୯ହଜାର ୮୦୪ଟି ପକ୍କାଘର ଗ୍ରାମାଂଚଳରେ ନିର୍ମାଣ ହୋଇଥିବାବେଳେ ଏଥିରେ ବିଜୁ ପକ୍କାଘର ଯୋଜନାରେ ମାତ୍ର ୩ଲକ୍ଷ ୧୬ହଜାର ୪୭ଟି ଘର […]

rural-housing

rural-housing

Ordigital Desk
  • Published: Tuesday, 29 November 2022
  • Updated: 29 November 2022, 10:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମସ୍ତଙ୍କୁ ବାସଘର ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆବାସ ଯୋଜନା ଉପରେ ଗୁରୁତ୍ୱ ଦେଉଥିବାବେଳେ ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ରାଜ୍ୟରେ ଗତ ୨୦୧୪-୧୫ ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ ମୋଟ ୩୧.୩୯ ଲକ୍ଷ ପକ୍କାଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତେବେ ଏହି ୯ବର୍ଷ ମଧ୍ୟରେ ମୋଟ ୩୧ଲକ୍ଷ ୩୯ହଜାର ୮୦୪ଟି ପକ୍କାଘର ଗ୍ରାମାଂଚଳରେ ନିର୍ମାଣ ହୋଇଥିବାବେଳେ ଏଥିରେ ବିଜୁ ପକ୍କାଘର ଯୋଜନାରେ ମାତ୍ର ୩ଲକ୍ଷ ୧୬ହଜାର ୪୭ଟି ଘର ନିର୍ମାଣ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଓ ଇନ୍ଦିରା ଆବାସ ଯୋଜନାରେ ପ୍ରାୟ ୨୭.୭୦ଲକ୍ଷ ଘର ନିର୍ମାଣ ହୋଇଛି।

ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଆଜି ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ୨୦୧୪-୧୫ ଆର୍ଥିକ ବର୍ଷରୁ ଚଳିତବର୍ଷ ନଭେମ୍ବର ୨୧ତାରିଖ ସୁଦ୍ଧା ମୋଟ ୩୧.୩୯ଲକ୍ଷ ପକ୍କାଘର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ନିର୍ମାଣ ସରିଛି । ଏବେ ୧ଲକ୍ଷ ୬୪ହଜାର ୨୨୭ଟି ଘର ନିର୍ମାଣାଧୀନ ରହିଛି । କଚ୍ଚାଘରେ ରହୁଥିବା ୧୨ଲକ୍ଷ ୨୪ହଜାର ୭୨୬ଟି ପରିବାରକୁ ଚିହ୍ନଟ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର ନିମନ୍ତେ ପଦକ୍ଷେପ ନିଆଯାଇଛି । ୨୦୧୪-୧୫ରୁ ଚଳିତମାସ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ୧୭ଲକ୍ଷ ୫ହଜାର ୯୧୭ଟି ବାସଘର, ଇନ୍ଦିରା ଆବାସ ଯୋଜନାରେ ୧ଲକ୍ଷ ୬୫ହଜାର ୩୭୪ଟି ପକ୍କାଘର, ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ ୨୨୬୭୧ଟି ଘର, ପକ୍କାଘର ଯୋଜନା(ମାଇନିଂ)ରେ ୨୮୮୫୩ଟି ଘର, ବିଜୁ ପକ୍କାଘର ଯୋଜନାରେ ୩ଲକ୍ଷ ୧୬ହଜାର ୪୭ଟି ଘର, ମତ୍ସ୍ୟଜୀବୀ ବାସଗୃହ ଯୋଜନାରେ ୯୪୨ଟି ଘର ନିର୍ମାଣ ହୋଇସାରିଛି । ଏବେ ଏହି ସବୁ ଯୋଜନାରେ ଆଉ ୧ଲକ୍ଷ ୬୪ହଜାର ୨୨୭ଟି ଘର ନିର୍ମାଣ କାର୍ଯ୍ୟ ଜାରି ରହିଛି।

ରାଜ୍ୟ ସରକାର ଆଉ ୧୨.୨୪ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ପାଇଁ ଚିହ୍ନଟ କରିଛନ୍ତି । ଏବାବଦରେ ୧୫,୫୪୫କୋଟି ଟଙ୍କା ବ୍ୟୟ ଅଟକଳର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସର୍ବାଧିକ ୧.୬୪ଲକ୍ଷ ଘର ମୟୂରଭଞ୍ଜ ଜିଲ୍ଲାକୁ ଓ ସର୍ବନିମ୍ନ ୧୪୪୬ଟି ଘର ଦେବଗଡ଼କୁ ଆବଂଟନ ପାଇଁ ଚିହ୍ନଟ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ୍ କହିଛନ୍ତି।

ସେହିପରି ରାଜ୍ୟର ବିଭିନ୍ନ ପୌରାଂଚଳରେ ବାସହୀନ ପରିବାରକୁ ପକ୍କାଘର ଯୋଗାଇବା ସମ୍ପର୍କରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ଗୃହନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି ଯେ, ୨୦୧୭-୧୮ ଆର୍ଥିକ ବର୍ଷରେ ହୋଇଥିବା ସମସ୍ତଙ୍କୁ ବାସଘର ସର୍ଭେ ଅନୁସାରେ ଓଡ଼ିଶାର ସମସ୍ତ ପୌରାଂଚଳରେ ମୋଟ ୩ଲକ୍ଷ ୫୩ହଜାର ୧୮୨ଟି ବାସହୀନ ପରିବାର ତଥା ପକ୍କାଘର ନଥିବା ପରିବାରକୁ ଚିହ୍ନଟ କରାଯାଇଥିଲା । ଗତ ୧୨ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଏପର୍ଯ୍ୟନ୍ତ ମୋଟ ୨ଲକ୍ଷ ୧୫ହଜାର ୧୬୪ଟି ବାସହୀନ ପରିବାରକୁ ବାସଗୃହ ଯୋଗାଇ ଦେବାକୁ ସରକାର ମଞ୍ଜୁରୀ ଦେଇ ସାରିଛନ୍ତି । ଏବାବଦରେ ମୋଟ ୨୮୪୬ କୋଟି ଟଙ୍କା ବ୍ୟୟ ହୋଇଥିବା ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story