ହକରୁ ବଞ୍ଚିତ ହେଉଥିଲେ ହଜାର ହଜାର ସରକାରୀ କର୍ମଚାରୀ, ସପ୍ତାହକରେ ୩୧୬୬ ଜଣଙ୍କୁ ପଦୋନ୍ନତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସରକାରୀ କର୍ମଚାରୀମାନେ ନିଜର ନ୍ୟାଯ୍ୟ ହକରୁ ଦୀର୍ଘବର୍ଷ ଧରି ବଞ୍ôଚତ ହେଉଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଗିଦ୍ ପରେ କର୍ମଚାରୀମାନଙ୍କୁ ସେମାନଙ୍କୁ ଅଧିକାର ମିଳିଛି। ଦୀର୍ଘ ୨୦ବର୍ଷ ଧରି ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର ଥିବା ସତ୍ତେ୍ୱ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ପଦୋନ୍ନତି ଦେବାର ବ୍ୟବସ୍ଥା ହୋଇପାରିନଥିଲା। ଯାହା ଏବେ ସମ୍ଭବପର ହୋଇପାରିଛି ଓ ସପ୍ତାହକରେ ୩୧୬୬ଜଣ କର୍ମଚାରୀଙ୍କୁ ପଦୋନ୍ନତି ମିଳିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, […]

Govt-officer

Manoranjan Sial
  • Published: Monday, 06 January 2020
  • , Updated: 06 January 2020, 08:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସରକାରୀ କର୍ମଚାରୀମାନେ ନିଜର ନ୍ୟାଯ୍ୟ ହକରୁ ଦୀର୍ଘବର୍ଷ ଧରି ବଞ୍ôଚତ ହେଉଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଗିଦ୍ ପରେ କର୍ମଚାରୀମାନଙ୍କୁ ସେମାନଙ୍କୁ ଅଧିକାର ମିଳିଛି। ଦୀର୍ଘ ୨୦ବର୍ଷ ଧରି ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର ଥିବା ସତ୍ତେ୍ୱ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ପଦୋନ୍ନତି ଦେବାର ବ୍ୟବସ୍ଥା ହୋଇପାରିନଥିଲା। ଯାହା ଏବେ ସମ୍ଭବପର ହୋଇପାରିଛି ଓ ସପ୍ତାହକରେ ୩୧୬୬ଜଣ କର୍ମଚାରୀଙ୍କୁ ପଦୋନ୍ନତି ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦେବା ପାଇଁ ଡିସେମ୍ବର ୨୧ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀମାନଙ୍କୁ ପଦୋନ୍ନତି ମିଳିବାରେ ବିଳମ୍ବ ଓ ଅଯଥା ହଇରାଣ ହରକତ କରାଯାଉଥିବାକୁ ନେଇ ମୁଖ୍ୟମନ୍ତ୍ରୀ କ୍ଷୋଭ ବ୍ୟକ୍ତ କରି ଡିସେମ୍ବର ୩୧ତାରିଖ ସୁଦ୍ଧା ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

୨୦ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିର୍ଦ୍ଦେଶରେ ବିଭାଗଗୁଡ଼ିକ ତତ୍ପରତା ଦେଖାଇଥିଲେ ଓ ଗୋଟିଏ ସପ୍ତାହରେ ରାଜ୍ୟ ସରକାରଙ୍କ ୩୯ଟି ବିଭାଗ ଓ ୩୦ଟି ଜିଲ୍ଲାରେ ଗ୍ରୁପ-ଏରୁ ଗ୍ରୁପ-ଡି ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ୩୧୬୬ଜଣଙ୍କ କର୍ମଚାରୀଙ୍କୁ ପଦୋନ୍ନତି ମିଳିଲା। ଡିସେମ୍ବର ମାସର ଶେଷ ସପ୍ତାହରେ ବିଭିନ୍ନ ବିଭାଗରେ ଏତେ ସଂଖ୍ୟକ କର୍ମଚାରୀ ପଦୋନ୍ନତି ପାଇବା ଏକ ରେକର୍ଡ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ଡିସେମ୍ବର ୨୪ରୁ ୩୧ ତାରିଖ ସୁଦ୍ଧା ଗ୍ରୁପ-ଏରେ ୮୫୨ଜଣଙ୍କୁ ପଦୋନ୍ନତି ମିଳିଥିବାବେଳେ ଗ୍ରୁପ-ବିରେ ୫୨୭ଜଣ, ଗ୍ରୁପ-ସିରେ ୧୪୯୬ଜଣ ଓ ଗ୍ରୁପ-ଡିରେ ୨୯୧ଜଣଙ୍କୁ ପଦୋନ୍ନତି ମିଳିଛି। ୨୦୧୯ ଜାନୁୟାରୀରୁ ନଭେମ୍ବର ମାସ ମଧ୍ୟରେ ବିଭିନ୍ନ ବର୍ଗରେ ୯୭୬୬ଜଣଙ୍କୁ ପଦୋନ୍ନତି ମିଳିଥିଲା। ଡିସେମ୍ବର ମାସରେ ପଦୋନ୍ନତି ପାଇଥିବା ୩୧୬୬ଜଣଙ୍କୁ ମିଶାଇଲେ ୨୦୧୯ ମସିହାରେ ମୋଟ ୧୨,୯୩୨ଜଣ କର୍ମଚାରୀଙ୍କୁ ପଦୋନ୍ନତି ସୁବିଧା ମିଳିଛି। କେବଳ ଜିଲ୍ଲାସ୍ତରରେ ୩୧୩୯ଜଣ ପଦୋନ୍ନତି ପାଇଛନ୍ତି। ଫାଇଭ-ଟିର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମଚାରୀଙ୍କ ପଦୋନ୍ନତିରେ ଅଯଥା ବିଳମ୍ବ ନକରି ଯଥା ସମୟରେ ପଦୋନ୍ନତି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Related story