କଟକ ଟାଉନ୍‌ରୁ ୩୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ୫ ଲୋକାଲ୍‌ କେସ୍‌

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରେ ଆଜି ୩୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୫ ଜଣ ସରକାରୀ କ୍ୱାରେଣ୍ଟାଇନ୍‌, ଜଣେ ପେଡ୍‌ କ୍ୱାରେଣ୍ଟାଇନ୍‌, ୨୧ ହୋମ୍‌ କ୍ୱାରେଣ୍ଟାଇନ୍‌ ଓ ୫ ଲୋକାଲ୍‌ କେସ୍‌ ରହିଛି। ଏନେଇ କଟକ ମହାନଗର ନିଗମ(ଟିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇଛି। କଟକ ଜିଲ୍ଲାରୁ ଆଜି ୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ସିଏମ୍‌ସି ଅଞ୍ଚଳରୁ ୮ ଲୋକାଲ କେସ୍‌ ରହିଛି। ଦେଓ୍ୱାନ ବଜାର, ଭଗତପୁର, ଟୋଲ୍‌ ପ୍ଲାଜା ନିକଟ […]

coronavirus-in-asia

Manoranjan Sial
  • Published: Tuesday, 21 July 2020
  • , Updated: 21 July 2020, 05:00 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରେ ଆଜି ୩୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୫ ଜଣ ସରକାରୀ କ୍ୱାରେଣ୍ଟାଇନ୍‌, ଜଣେ ପେଡ୍‌ କ୍ୱାରେଣ୍ଟାଇନ୍‌, ୨୧ ହୋମ୍‌ କ୍ୱାରେଣ୍ଟାଇନ୍‌ ଓ ୫ ଲୋକାଲ୍‌ କେସ୍‌ ରହିଛି। ଏନେଇ କଟକ ମହାନଗର ନିଗମ(ଟିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

କଟକ ଜିଲ୍ଲାରୁ ଆଜି ୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ସିଏମ୍‌ସି ଅଞ୍ଚଳରୁ ୮ ଲୋକାଲ କେସ୍‌ ରହିଛି। ଦେଓ୍ୱାନ ବଜାର, ଭଗତପୁର, ଟୋଲ୍‌ ପ୍ଲାଜା ନିକଟ ଗୋପାଳପୁର, ନରାଜ ଓ କାଳୀଗଳିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଶଙ୍କରପୁର ପରିଡ଼ାସାହିରୁ ୫ ଆକ୍ରାନ୍ତ ହୋଇଛନ୍ତି। ସେହିପରି ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦେଓ୍ୱାନ ବଜାରରୁ ୪ ଜଣ ଓ ବକ୍ସି ବଜାରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

https://twitter.com/CMCCuttack/status/1285522365556785153?s=20

ଆଜି ସୁଦ୍ଧା ସିଏମ୍‌ସି ଅଞ୍ଚଳରୁ ୩୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୬୫ ଜଣ ବିଭନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story