ଧରାପଡ଼ିଲା ‘ବିଶାଳ ବଜେଟ୍‌’ ବାହାଦୂରୀ: ୩୪ଟି ବିଭାଗ ଛୁଇଁପାରି ନାହାନ୍ତି ଅତିରିକ୍ତ ବଜେଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ନିଜର ଅର୍ଥବ୍ୟବସ୍ଥାର ଗୋଲାପୀ ଚିତ୍ର ଉପସ୍ଥାପନ କରିବାକୁ ଯାଇ ଯେଉଁ ବିଶାଳ ବଜେଟ୍ ପ୍ରତିବର୍ଷ ଉପସ୍ଥାପନ କରୁଛନ୍ତି ତା’ର ନଗ୍ନ ଚେହେରା ପଦାରେ ପଡ଼ିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ ୪୩ଟି ବିଭାଗ ପାଇଁ ୧.୭୦ଲକ୍ଷ କୋଟି ଟଙ୍କାର ବଜେଟ୍ ବରାଦ କରିଥିଲେ ମଧ୍ୟ ସେଥିରୁ ମାତ୍ର ୯ଟି ବିଭାଗ ଶତ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହୋଇଛନ୍ତି । ବାକି ୩୪ଟି ବିଭାଗ […]

Budget

Budget

Ordigital Desk
  • Published: Monday, 04 July 2022
  • Updated: 04 July 2022, 10:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ନିଜର ଅର୍ଥବ୍ୟବସ୍ଥାର ଗୋଲାପୀ ଚିତ୍ର ଉପସ୍ଥାପନ କରିବାକୁ ଯାଇ ଯେଉଁ ବିଶାଳ ବଜେଟ୍ ପ୍ରତିବର୍ଷ ଉପସ୍ଥାପନ କରୁଛନ୍ତି ତା’ର ନଗ୍ନ ଚେହେରା ପଦାରେ ପଡ଼ିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ ୪୩ଟି ବିଭାଗ ପାଇଁ ୧.୭୦ଲକ୍ଷ କୋଟି ଟଙ୍କାର ବଜେଟ୍ ବରାଦ କରିଥିଲେ ମଧ୍ୟ ସେଥିରୁ ମାତ୍ର ୯ଟି ବିଭାଗ ଶତ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହୋଇଛନ୍ତି । ବାକି ୩୪ଟି ବିଭାଗ ମୂଳ ବଜେଟର ୭୦ରୁ ୮୦ ପ୍ରତିଶତ ଅର୍ଥ ବି ଖର୍ଚ୍ଚ କରିବାକୁ ସକ୍ଷମ ହୋଇପାରିନାହାନ୍ତି । ମୂଳ ବଜେଟରେ ଆବଂଟିତ ଅର୍ଥକୁ ଖର୍ଚ୍ଚ କରିପାରୁନଥିବା ବିଭାଗଗୁଡ଼ିକୁ ଓଲଟା ରାଜ୍ୟ ସରକାର ୨୦୨୧-୨୨ରେ ଅତିରିକ୍ତ ବଜେଟ ଆକାରରେ ୧୭୮୨୫କୋଟି ଟଙ୍କା ଦେଇଥିଲେ, ଯେଉଁଥିରୁ ମାତ୍ର ପ୍ରାୟ ୩୯୦୦କୋଟି ଟଙ୍କା ଖର୍ଚ୍ଚ ହୋଇପାରିଥିବା ଜଣାପଡ଼ିଛି ।

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ବିଧାୟକ ଭୂପିନ୍ଦର ସିଂଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ବିଭିନ୍ନ ସୂତ୍ରରୁ ସମ୍ବଳକୁ ଆକଳନ କରି ତଥା ବିଭାଗଗୁଡ଼ିକର ପ୍ରସ୍ତାବ ଅନୁସାରେ ରାଜ୍ୟ ସରକାର ବିଭାଗଗୁଡ଼ିକ ପାଇଁ ବଜେଟରେ ବ୍ୟୟବରାଦ କରିଥାନ୍ତି ଓ ବିଭାଗଗୁଡ଼ିକ ଆବଶ୍ୟକ ଅର୍ଥ ଖର୍ଚ୍ଚ କରିବା ପରେ ବଳକା ରାଶିକୁ ସମର୍ପଣ କରିଥାନ୍ତି । ସେ ୨୦୨୧-୨୨ ଆର୍ଥିକ ବର୍ଷରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ହୋଇଥିବା ଖର୍ଚ୍ଚ ସମ୍ପର୍କରେ ଲିଖିତ ଭାବେ ସୂଚନା ଦେଇ ଶ୍ରୀ ପୂଜାରୀ ଦର୍ଶାଇଛନ୍ତି ଯେ, ସାଧାରଣ ପ୍ରଶାସନ ବିଭାଗ, ଖାଦ୍ୟଯୋଗାଣ, ସ୍ୱାସ୍ଥ୍ୟ , କ୍ରୀଡ଼ା, ଶକ୍ତି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିଜର ମୂଳ ବଜେଟକୁ ଖର୍ଚ୍ଚ କରି ଅତିରିକ୍ତ ବଜେଟରେ ଆବଂଟିତ ଅର୍ଥକୁ ମଧ୍ୟ ୮୦ରୁ ୯୦ ପ୍ରତିଶତ ଖର୍ଚ୍ଚ କରିବାରେ ସକ୍ଷମ ହୋଇଛନ୍ତି । ଆଇଟି ଓ ସରକାରୀ ଉଦ୍ୟୋଗ ବିଭାଗ ଉଭୟ ମୂଳ ଓ ଅତିରିକ୍ତ ବଜେଟର ଶତପ୍ରତିଶତ ଆବଂଟିତ ଅର୍ଥକୁ ଖର୍ଚ୍ଚ କରିଥିବାବେଳେ ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗ ଶତପ୍ରତିଶତରୁ ଅଧିକ ଅର୍ଥ ଖର୍ଚ୍ଚ କରିପାରିଛି। ଅନ୍ୟ ୩୪ଟି ବିଭାଗ ଅତିରିକ୍ତ ବଜେଟରୁ ଅର୍ଥ ଖର୍ଚ୍ଚ କରିବା ଦୂରର କଥା ମୂଳବଜେଟରୁ ୭୦ରୁ ୮୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିନଥିବା ଅର୍ଥମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ଜଣାପଡ଼ିଛି । ଏପରିକି ରାଜ୍ୟ ସରକାର ଏଫଆରବିଏମ୍ ଆକ୍ଟ ଆଧାରରେ ବିଭାଗର ଅର୍ଥ ଖର୍ଚ୍ଚ ପାଇଁ ରହିଥିବା ପ୍ରାବଧାନର ମଧ୍ୟ ସିଧାସଳଖ ଉଲ୍ଲଘଂନ ।

ଅର୍ଥ ମନ୍ତ୍ରୀ ଶ୍ରୀ ପୂଜାରୀ ଦେଇଥିବା ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରୁ ଜଣାପଡ଼ିଛି ଯେ, ୨୦୧୯-୨୦ରେ ୬୨୧୨ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ମିଶାଇ ମୋଟ ୧, ୫୨,୨୭୩ କୋଟି ଟଙ୍କା ମଧ୍ୟରୁ ୨୬୪୭୧ କୋଟି ଟଙ୍କା ଖର୍ଚ୍ଚ ହୋଇପାରିନି । ସେହିପରି ୨୦୨୦-୨୧ରେ ୬୨୪୨କୋଟି ଟଙ୍କାର ଅତିରିକ୍ତ ବଜେଟକୁ ମିଶାଇ ୧,୬୨,୨୦୫କୋଟି ଟଙ୍କା ମଧ୍ୟରୁ ୩୪୮୯୩କୋଟି ଟଙ୍କା ଖର୍ଚ୍ଚ ହୋଇପାରିନି । ୨୦୨୧-୨୨ରେ ୧୭୮୨୫ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ମିଶାଇ ୧,୯୩,୭୧୫କୋଟି ଟଙ୍କା ଆବଣ୍ଟିତ ହୋଇଥିବାବେଳେ ସେଥିରୁ ୩୮୩୩୦କୋଟି ଟଙ୍କା ଖର୍ଚ୍ଚ ନକରି ଫେରାଇଛନ୍ତି।

୨୦୨୧-୨୨ ଆର୍ଥିକ ବର୍ଷରେ ୯ଟି ବିଭାଗ ହିଁ ପ୍ରାୟ ୩୯୦୦କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ବାକି ୧୩ରୁ ୧୪ହଜାର କୋଟି ଟଙ୍କା ଅନାବଶ୍ୟକ ଆବଂଟିତ ହୋଇଛି । ବିଭାଗଗୁଡ଼ିକ ମୂଳ ବଜେଟ ଅର୍ଥକୁ ଖର୍ଚ୍ଚ କରିପାରୁନଥିବାବେଳେ ସରକାର କାହିଁକି ଅତିରିକ୍ତ ବଜେଟ ଆଳରେ ଏତେଗୁଡ଼ିଏ ଟଙ୍କା ଆବଂଟିତ କରୁଛନ୍ତି ତାହା ଜଣାପଡ଼ିନି । କେବଳ ବଜେଟର ଆକାର ବଢ଼ାଇ ବାହାବା ନେଉଥିବା ସରକାର ବାସ୍ତବରେ ବିଭାଗଗୁଡ଼ିକର ଅର୍ଥ ଖର୍ଚ୍ଚ କରିବାର ଦକ୍ଷତାକୁ ମାପିବାରେ ବିଫଳ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos