କରୋନା ପଦକ୍ଷେପ: ଘରକୁ ଗଲେ ୩୪୮୧ କଏଦୀ , କ୍ୱାରେଣ୍ଟାଇନ୍‌ରେ ନୂଆ କଏଦୀ

ଭୁବନେଶ୍ୱର: ଦିନକୁ ଦିନ କୋଭିଡ୍-୧୯ ତଥା କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ସାରା ରାଜ୍ୟରେ ୩୪୮୧ ଜଣ କଏଦୀଙ୍କୁ ବେଲ ଓ ପାରୋଲରେ ଛଡ଼ାଯାଇଛି। ଏମାନଙ୍କ ମଧ୍ୟରେ ବିଚରାଧୀନ ଓ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀ ଅଛନ୍ତି। ଜେଲରେ ଭିଡ଼ କମେଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା  ଜେଲ ଡିଜିପି ଏସ୍‌କେ ଉପାଧ୍ୟାୟ କହିଛନ୍ତି। ଏହି କଏଦୀମାନଙ୍କୁ ସାମହିକ ସମୟ ପାଇଁ ନ୍ୟାୟୟିକ […]

jharpada-jail-1

Tapas Behera
  • Published: Thursday, 16 April 2020
  • , Updated: 16 April 2020, 06:56 PM IST

ଭୁବନେଶ୍ୱର: ଦିନକୁ ଦିନ କୋଭିଡ୍-୧୯ ତଥା କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ସାରା ରାଜ୍ୟରେ ୩୪୮୧ ଜଣ କଏଦୀଙ୍କୁ ବେଲ ଓ ପାରୋଲରେ ଛଡ଼ାଯାଇଛି। ଏମାନଙ୍କ ମଧ୍ୟରେ ବିଚରାଧୀନ ଓ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀ ଅଛନ୍ତି। ଜେଲରେ ଭିଡ଼ କମେଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା  ଜେଲ ଡିଜିପି ଏସ୍‌କେ ଉପାଧ୍ୟାୟ କହିଛନ୍ତି। ଏହି କଏଦୀମାନଙ୍କୁ ସାମହିକ ସମୟ ପାଇଁ ନ୍ୟାୟୟିକ ପ୍ରକ୍ରିୟାରେ ଛଡ଼ାଯାଇଥିବା ଡିଜିପି।

ସେମାନଙ୍କୁ ଘରକୁ ଯିବା ପାଇଁ କୁହାଯାଇଛି। ବିଚରାପତିଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲାସ୍ତରୀୟ କମିଟି ପକ୍ଷରୁ ଉପରୋକ୍ତ ପଦକ୍ଷେପ ନିଆଯାଇଛି। ମୁଖ୍ୟତଃ ୧୦ ବର୍ଷରୁ ଅଧିକ ଜେଲ ଦଣ୍ଡ ଭୋଗୁଥିବା କଏଦୀମାନଙ୍କ ପ୍ରତି ପାରୋଲ ବ୍ୟବସ୍ଥା କରାଯାଇଛି। ଛାଡ଼ପାଇଥିବା ଏହି କଏଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନ ନିଆଯିବାକୁ  ସ୍ଥାନୀୟ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜେଲ ଡିଜିପି କହିଛନ୍ତି। ସେହିପରି ନୂଆ କଏଦୀମାନଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। କ୍ୱାରେଣ୍ଟାଇନ୍‌ ସମୟ ସରିଲେ ସେମାନଙ୍କୁ ଜେଲ ସେଲକୁ ପଠାଯିବ ବୋଲି ସେ କହିଛନ୍ତି। ଏବେ ସବୁ ଏନଜିଓ କାର୍ଯ୍ୟକଳାପକୁ ବନ୍ଦ କରାଯାଇଥିବା ସେ କହିଛନ୍ତି।

ସୂଚନା ଅନୁଯାୟୀ, ଜେଲରେ କଏଦୀଙ୍କ ମଧ୍ୟରେ କରୋନା ସଂକ୍ରମଣ ରୋକିବାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ୭ରୁ କମ୍‌ ବର୍ଷ ଜେଲ ଦଣ୍ଡ ଭୋଗୁଥିବା କଏଦୀଙ୍କୁ ୬ ସପ୍ତାହ ପାରୋଲରେ ଯିବାର ଅନୁମତି ଦେବା ଲାଗି କୋର୍ଟ କହିଥିଲେ।

ସୌଜନ୍ୟ:ପିଟିଆଇ

Related story