ମିଠା ଖୁଆଇ ଲୁଟି ନେଲେ ୩୫ ଲକ୍ଷର ସୁନା

ମାଲକାନଗିରି(ଜିତେନ୍ଦ୍ର ବେଉରା): ୩ ମାସ ତଳେ ପ୍ରସ୍ତୁତ ହୋଇଥିଲା ଲୁଟ୍‌ର ବ୍ଲୁ ପ୍ରିଣ୍ଟ । ସେହି ଅନୁଯାୟୀ ଆକ୍ସନ ପ୍ଲାନ୍ ବି ଫାଇନାଲ ହୋଇ ସାରିଥିଲା। ଟାର୍ଗେଟରେ ଥିଲେ ସୁନା ବ୍ୟବସାୟୀ। ତାଙ୍କ ଘର ଭଡ଼ାରେ ନେବା ସହ ଶେଷରେ ମିଠା ଖୁଆଇ ଲୁଟିନେଲେ ୩୫ ଲକ୍ଷର ସୁନା ଓ ୨ ଲକ୍ଷ ଟଙ୍କା।  ଫିଲ୍ମି ଷ୍ଟାଇଲରେ ଏପରି ଲୁଟ୍‌ ହୋଇଛି ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ। ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି […]

loot

loot

Niharika Rout
  • Published: Tuesday, 02 March 2021
  • Updated: 02 March 2021, 01:14 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ୩ ମାସ ତଳେ ପ୍ରସ୍ତୁତ ହୋଇଥିଲା ଲୁଟ୍‌ର ବ୍ଲୁ ପ୍ରିଣ୍ଟ । ସେହି ଅନୁଯାୟୀ ଆକ୍ସନ ପ୍ଲାନ୍ ବି ଫାଇନାଲ ହୋଇ ସାରିଥିଲା। ଟାର୍ଗେଟରେ ଥିଲେ ସୁନା ବ୍ୟବସାୟୀ। ତାଙ୍କ ଘର ଭଡ଼ାରେ ନେବା ସହ ଶେଷରେ ମିଠା ଖୁଆଇ ଲୁଟିନେଲେ ୩୫ ଲକ୍ଷର ସୁନା ଓ ୨ ଲକ୍ଷ ଟଙ୍କା।  ଫିଲ୍ମି ଷ୍ଟାଇଲରେ ଏପରି ଲୁଟ୍‌ ହୋଇଛି ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ। ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି କରି ଫେରାର ହେବା ପୂର୍ବରୁ ସିସିଟିଭି କାଟି ନେଇଛନ୍ତି ଲୁଟେରା।

ସୂଚନା ଅନୁଯାୟୀ, ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ ରହୁଥିବା ଜଣେ ସୁନା ବ୍ୟବସାୟୀଙ୍କ ଘରେ ଗତ ୩ ମାସ ପୂର୍ବେ ଲୁଟେରାଜଣକ ଘର ଭଡ଼ା ନେଇ ରହିଥିଲେ। ସେଠାରେ ରହି ସମସ୍ତ ଗତିବିଧିକୁ ଦେଖି ଲୁଟର ଯୋଜନା ପ୍ରସ୍ତୁତ କଲେ।

ଏହାପରେ  ଗତକାଲି ରାତି ୮ଟା ସମୟରେ ନିଜର ଚାକିରୀ ହୋଇଥିବା କହି ସୁନା ବ୍ୟବସାୟୀଙ୍କ ପରିବାରକୁ ମିଠା ଦେବା ସହ ନିକଟସ୍ଥ ୭ରୁ ୮ଟି ପରିବାରକୁ ମିଠା ଖୁଆଇଥିଲା । ମିଠା ଖାଇବାର ୨ ଘଣ୍ଟା ପରେ ସମସ୍ତେ ଅଚେତ ହୋଇ ପଡ଼ିଥିଲେ।

ପରେ ଅତି ସହଜରେ ଗ୍ୟାସ କଟର ସାହାଯ୍ୟରେ ଝରକା କାଟି ଘରେ ପ୍ରବେଶ  ଲୁଟି ନେଇଥିଲେ ସୁନା ଗହଣା। ଏପରିକି ଆଲମୀରା ପାଖରେ ଶୋଇଥିଲେ ମଧ୍ୟ ଜାଣିପାରିଲେ ନାହିଁ ପରିବାର ଲୋକେ। ଏବେବି ମିଠା ଖାଇଥିବା ସମସ୍ତ ବ୍ୟକ୍ତି ନିଶାସକ୍ତ ହୋଇ ରହିଛନ୍ତି।

ଏହି ଘଟଣା ଜାଣିବା ପରେ ସଦର ମହକୁମା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଲୁଟେରା ସିସିଟିଭିକୁ କାଟି ନେଇଥିବାରୁ ତା’ର ଟେର ପାଇପାରୁନି ପୁଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos