କରୋନା ପାଇଁ ରେଗୁଲେସନ୍ସ ଜାରି କଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜଣେ ବି କରୋନା ପଜେଟିଭ୍ ରୋଗୀ ଚିହ୍ନଟ ହୋଇନଥିଲେ ସୁଦ୍ଧା ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏହି ଭାଇରସର ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି। ମହାମାରୀ ଆଇନ-୧୮୯୭ର ଧାରା ୨,୩,୪ରେ ପ୍ରଦତ୍ତ କ୍ଷମତା ଆଧାରରେ ଓଡ଼ିଶା ସରକାର ଆଜି କରୋନା ଭାଇରସର ନିୟନ୍ତ୍ରଣ ଓ ପ୍ରତିଷେଧକ ନିମନ୍ତେ ସ୍ୱତନ୍ତ୍ର ରେଗୁଲେସନ୍ସ ଜାରି କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ‘ଓଡ଼ିଶା ସିଓଭିଆଇଡି-୧୯ ରେଗୁଲେସନ୍ସ-୨୦୨୦’ ଅନ୍ତର୍ଗତ ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲଟି କମିଶନର, ସ୍ୱାସ୍ଥ୍ୟ […]

corona-1

corona-1

Manoranjan Sial
  • Published: Friday, 13 March 2020
  • Updated: 13 March 2020, 08:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଜଣେ ବି କରୋନା ପଜେଟିଭ୍ ରୋଗୀ ଚିହ୍ନଟ ହୋଇନଥିଲେ ସୁଦ୍ଧା ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏହି ଭାଇରସର ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି। ମହାମାରୀ ଆଇନ-୧୮୯୭ର ଧାରା ୨,୩,୪ରେ ପ୍ରଦତ୍ତ କ୍ଷମତା ଆଧାରରେ ଓଡ଼ିଶା ସରକାର ଆଜି କରୋନା ଭାଇରସର ନିୟନ୍ତ୍ରଣ ଓ ପ୍ରତିଷେଧକ ନିମନ୍ତେ ସ୍ୱତନ୍ତ୍ର ରେଗୁଲେସନ୍ସ ଜାରି କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ‘ଓଡ଼ିଶା ସିଓଭିଆଇଡି-୧୯ ରେଗୁଲେସନ୍ସ-୨୦୨୦’ ଅନ୍ତର୍ଗତ ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲଟି କମିଶନର, ସ୍ୱାସ୍ଥ୍ୟ ନିର୍ଦ୍ଦେଶକମାନଙ୍କୁ କରୋନା ଭାଇରସ୍ ବ୍ୟାପିବାକୁ ବନ୍ଦ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କ୍ଷମତା ନ୍ୟସ୍ତ କରାଯାଇଛି।

ଆଜି ରାଜ୍ୟ କ୍ୟାବିନେଟ ଓ ରାଜ୍ୟପାଳଙ୍କ ଅନୁମୋଦନ ପରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାର ଧଳଙ୍କ ଦସ୍ତଖତରେ ଜାରି ହୋଇଥିବା ଏହି ରେଗୁଲେସନ୍ସ ବା ନିୟାମବଳୀରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ, ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ହସ୍ପିଟାଲରେ ସନ୍ଦିଗ୍ଧ କରୋନା ଭାଇରସ୍ ଚିହ୍ନଟ ପାଇଁ ବ୍ୟବସ୍ଥା ରହିବ। ଏସବୁ ଚିହ୍ନଟ ସମୟରେ ହସ୍ପିଟାଲଗୁଡ଼ିକ ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମସ୍ତ ବିବରଣୀ ଉଲ୍ଲେଖ କରିବେ। ଏପରିକି ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତି କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତା’ର ମଧ୍ୟ ରେକର୍ଡ ରଖିବେ। ଯଦି କୌଣସି ବ୍ୟକ୍ତି ପ୍ରଭାବିତ ଅଞ୍ଚଳକୁ ଗତ ୧୪ଦିନ ମଧ୍ୟରେ ଯାଇଥିବେ ଓ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅସ୍ୱାଭାବିକ ଥିବ ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ୍ ଅନୁସାରେ ତାଙ୍କୁ ଘରେ ଏଜୁଟିଆ ରଖାଯିବ। ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତି ଏହାକୁ ପାଳନ ନକରିବେ ତେବେ ତାଙ୍କୁ ସରକାରଙ୍କ ବ୍ୟବସ୍ଥାରେ ଏକୁଟିଆ ରଖାଯିବ। ଏ ସମ୍ପର୍କରେ ତୁରନ୍ତ ରାଜ୍ୟ ସମନ୍ୱିତ ବିପର୍ଯ୍ୟୟ ସର୍ଭିଲାନ୍ସ ୟୁନିଟ(ଆଇଏସଡିପି) , ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନର ଜଣାଇବେ। ରାଜ୍ୟ ସରକାରଙ୍କ ହେଲପଲାଇନ ନମ୍ବରକୁ ମଧ୍ୟ ଫୋନ୍ ମାଧ୍ୟମରେ ଅବଗତ କରିବେ।

ଏହାସହିତ ଗାଇଡଲାଇନରେ ସ୍ପଷ୍ଟ କୁହାଯାଇଛି ଯେ, କିଓଭିଆଇଡି-୧୯ ଭାଇରସର ପରୀକ୍ଷା କୌଣସି ଘରୋଇ ଲ୍ୟାବରେ କରାଯାଇ ପାରିବ ନାହିଁ। ପ୍ରତ୍ୟେକ ଘରୋଇ ସ୍ୱାସ୍ଥ୍ୟ ଅନୁଷ୍ଠାନ ଏହି ପରୀକ୍ଷା କରିବାକୁ ଚାହିଁଲେ ତା’ର ନମୂନାକୁ ଆଇଏସଡିପିକୁ ଜଣାଇବେ। ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନର ନିଜର ପରିସୀମା ମଧ୍ୟରେ ଏହି ଭାଇରସକୁ ରୋକିବା ନିମନ୍ତେ ଯେକୌଣସି ଆବଶ୍ୟକ ପଦକ୍ଷେପ ନେବାକୁ କ୍ଷମତାପ୍ରାପ୍ତ ଅଟନ୍ତି। ଯଦି କୌଣସି ବ୍ୟକ୍ତି ଭାଇରସ୍ ସଂକ୍ରମଣ ସମ୍ପର୍କରେ ଲୁଚାଇବେ ଅବା କୌଣସି ସୂଚନା ନଦେବେ ତାଙ୍କ ବିରୁଦ୍ଧରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରାବଧାନ ରହିଛି।

ଏସବୁ ବ୍ୟତୀତ କୌଣସି ବ୍ୟକ୍ତି, ଅନୁଷ୍ଠାନ ଅବା ସଂସ୍ଥା ଦ୍ୱାରା କରୋନା ଭାଇରସ ସଂକ୍ରାନ୍ତରେ ତ୍ରୁଟିପୂର୍ଣ୍ଣ ସୂଚନାକୁ ପ୍ରିଣ୍ଟ, ଇଲେକ୍ଟ୍ରୋନିକ ଓ ସୋସିଆଲ ମିଡିଆରେ ପ୍ରଚାର କରିପାରିବେ ନାହିଁ। ଯେପର୍ଯ୍ୟନ୍ତ ସେହି ତଥ୍ୟ ଜିଲ୍ଲାପାଳ କିମ୍ବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଦ୍ୱାରା ଅନୁମୋଦିତ ନହୋଇଛି। ଯଦି ଏଭଳି ଅପପ୍ରଚାର କେହି କରୁଥିବାର ପ୍ରମାଣ ମିଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବିରୁଦ୍ଧରେ ଦଣ୍ଡନୀୟ ଅପରାଧ ମାମଲା ରୁଜୁ ହେବ।

କରୋନା ଭାଇରସ ବ୍ୟାପିବା ରୋକିବା ନିମନ୍ତେ ପ୍ରଭାବିତ ଅଞ୍ଚଳକୁ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ସହ ସ୍କୁଲ, ଅଫିସ, ସିନେମା ହଲ୍‌, ସୁଇମିଂ ପୁଲ, ଜିମ୍ ଓ ଜନଗହଳି ହେଉଥିବା ଉତ୍ସବକୁ ବନ୍ଦ କରିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାର ଜାରି କରିଥିବା ଏହି ରେଗୁଲେସନ୍ ମିଶନ ମୋଡରେ ତତ୍କାଳ ପ୍ରଭାବରୁ କାର୍ଯ୍ୟକ୍ଷମ ହୋଇଛି ଓ ଏହା ବର୍ଷକ ପର୍ଯ୍ୟନ୍ତ ବୈଧ ରହିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story