୩୬୩ ଜଣ ଏଏସ୍ଆଇ ହେଲେ ଏସ୍‌ଆଇ

କଟକ: ଓଡ଼ିଶା ପୋଲିସରେ କାର୍ଯ୍ୟ କରୁଥିବା ୩୬୩ ଜଣ ଏଏସଆଇଙ୍କୁ ସବ୍‌ଇନ୍ସପେକ୍ଟର ଭାବେ ପଦୋନ୍ନତି ଦିଆଯାଇଛି। ଓଡ଼ିଶା ପୋଲିସରେ ୧୫ ଶହରୁ ଊର୍ଦ୍ଧ୍ୱ ସବ୍‌ଇନ୍ସପେକ୍ଟର ପଦ ଖାଲି ପଡ଼ିଥିବା ବେଳେ ଏହି ପଦୋନ୍ନତି ପୋଲିସ୍ ପାଇଁ ସହାୟକ ହେବ ବୋଲି ଡିଜିପି କେ.ବି ସିଂହ ପ୍ରକାଶ କରିଛନ୍ତି। ତେବେ ସବ୍‌ଇନ୍ସପେକ୍ଟରମାନଙ୍କୁ ଅଧିକ ଦକ୍ଷ କରିବା ପାଇଁ ସେମାନଙ୍କ ତାଲିମ ପ୍ରକ୍ରିୟାରେ ପରିବର୍ତ୍ତନ ଅଣାଯାଇଛି। ସବ୍‌ଇନ୍ସପେକ୍ଟରମାନଙ୍କ ତାଲିମ ସମୟକୁ ୪ ମାସରୁ ୬ ମାସକୁ ବୃଦ୍ଧି କରାଯିବା ସହ […]

k.b.singh

Rakesh Mallick
  • Published: Monday, 29 February 2016
  • , Updated: 29 February 2016, 03:42 PM IST

କଟକ: ଓଡ଼ିଶା ପୋଲିସରେ କାର୍ଯ୍ୟ କରୁଥିବା ୩୬୩ ଜଣ ଏଏସଆଇଙ୍କୁ ସବ୍‌ଇନ୍ସପେକ୍ଟର ଭାବେ ପଦୋନ୍ନତି ଦିଆଯାଇଛି। ଓଡ଼ିଶା ପୋଲିସରେ ୧୫ ଶହରୁ ଊର୍ଦ୍ଧ୍ୱ ସବ୍‌ଇନ୍ସପେକ୍ଟର ପଦ ଖାଲି ପଡ଼ିଥିବା ବେଳେ ଏହି ପଦୋନ୍ନତି ପୋଲିସ୍ ପାଇଁ ସହାୟକ ହେବ ବୋଲି ଡିଜିପି କେ.ବି ସିଂହ ପ୍ରକାଶ କରିଛନ୍ତି। ତେବେ ସବ୍‌ଇନ୍ସପେକ୍ଟରମାନଙ୍କୁ ଅଧିକ ଦକ୍ଷ କରିବା ପାଇଁ ସେମାନଙ୍କ ତାଲିମ ପ୍ରକ୍ରିୟାରେ ପରିବର୍ତ୍ତନ ଅଣାଯାଇଛି। ସବ୍‌ଇନ୍ସପେକ୍ଟରମାନଙ୍କ ତାଲିମ ସମୟକୁ ୪ ମାସରୁ ୬ ମାସକୁ ବୃଦ୍ଧି କରାଯିବା ସହ ଏହି ବର୍ଦ୍ଧିତ ସମୟ ମଧ୍ୟରେ କମ୍ପ୍ୟୁଟର ଜ୍ଞାନ, ବୈଜ୍ଞାନିକ ପଦ୍ଧତିର ଉପଯୋଗ କରି ତଦନ୍ତ କରିବା, ସରକାରୀ ଓକିଲଙ୍କ ସହାୟତାରେ ଚାର୍ଜସିଟ୍ ଦାଖଲ କରିବା ଦିଗରେ ଗୁରୁତ୍ୱ ଦିଆଯିବ। ଏହା ବ୍ୟତିତ ଏଏସଆଇରୁ ସବ୍‌ଇନସପେକ୍ଟର ପଦବୀକୁ ପଦୋନ୍ନତି ପାଇଁ ସର୍ବନିମ୍ନ ଯୋଗ୍ୟତାକୁ ୧୦ ବର୍ଷରୁ ୪ ବର୍ଷକୁ କୋହଳ କରାଯାଇଛି। ରାଜ୍ୟ ପୋଲିସର କେନ୍ଦ୍ରୀୟ ମନୋନୟନ ବୋର୍ଡ ଏହି ପଦୋନ୍ନତିକୁ ଗତ ୨୩ ତାରିଖରେ ସବୁଜ ସଙ୍କେତ ପ୍ରଦାନ କରିଥିବା ବେଳେ ଡିଜିପି ଆଜି ଏହାକୁ ଅନୁମୋଦନ କରିଛନ୍ତି। ତେବେ ଖାଲି ପଡ଼ିଥିବା ଅତିରିକ୍ତ ଏସ୍‌ପି ପଦ ପାଇଁ ଖୁବ୍‌ଶୀଘ୍ର ପଦୋନ୍ନତି କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି।

Related story