ସୁନ୍ଦରଗଡ଼ ଜିଲ୍ଲାରେ ୫୨ ଆକ୍ରାନ୍ତଙ୍କ ମଧ୍ୟରୁ ୩୭ କରୋନା ଯୋଦ୍ଧା

ସୁନ୍ଦରଗଡ଼(ବିଜୟ ବରୁଆ): ରାଜ୍ୟରେ ଚିହ୍ନଟ ନୂଆ ୫୪୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ୫୨  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୭ ଜଣ କରୋନା ଯୋଦ୍ଧା ଅଛନ୍ତି । ଉକ୍ତ ୩୭ କରୋନା ଯୋଦ୍ଧାଙ୍କ ମଧ୍ୟରୁ ୩୬ ଜଣ ଜଣ ପୁଲିସ୍‌ କର୍ମଚାରୀ ଏବଂ ଜଣେ ଡାକ୍ତର ଅଛନ୍ତି। ପୁଲିସ୍‌ଙ୍କ ମଧ୍ୟରେ ଜଣେ ଡ଼ିଏସପି ଏବଂ ଜଣେ ଇନ୍ସପେକ୍ଟର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। Out of the 52 […]

corona-36

Niharika Rout
  • Published: Tuesday, 14 July 2020
  • , Updated: 14 July 2020, 12:25 PM IST

ସୁନ୍ଦରଗଡ଼(ବିଜୟ ବରୁଆ): ରାଜ୍ୟରେ ଚିହ୍ନଟ ନୂଆ ୫୪୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ୫୨  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୭ ଜଣ କରୋନା ଯୋଦ୍ଧା ଅଛନ୍ତି । ଉକ୍ତ ୩୭ କରୋନା ଯୋଦ୍ଧାଙ୍କ ମଧ୍ୟରୁ ୩୬ ଜଣ ଜଣ ପୁଲିସ୍‌ କର୍ମଚାରୀ ଏବଂ ଜଣେ ଡାକ୍ତର ଅଛନ୍ତି। ପୁଲିସ୍‌ଙ୍କ ମଧ୍ୟରେ ଜଣେ ଡ଼ିଏସପି ଏବଂ ଜଣେ ଇନ୍ସପେକ୍ଟର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

ଏହାବ୍ୟତୀତ ଜିଲ୍ଲାର ୫୨ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ବାହାର ରାଜ୍ୟ ଫେରନ୍ତା ହୋଇଥିବା ବେଳେ ୭ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ଏହାବ୍ୟତୀତ ୨ଟି ଲୋକାଲ କେସ୍‌ ଚିହ୍ନଟ ହୋଇଥିବା ଟ୍ଵିଟ କରି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ।

ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ କିଛି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ କିଛି ଜଣଙ୍କୁ ରାଉରକେଲାସ୍ଥିତ କୋଭିଡ ହସ୍ପିଟାଲ, କୋଭିଡ ହେଲଥ୍‌ ସେଣ୍ଟର ତଥା ସୁନ୍ଦରଗଡ଼ସ୍ଥିତି NTPC ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨୫ ଛୁଇଁଥିବା ବେଳେ ୪୦୪ ଜଣ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାରେ ୩୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।

Related story