୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ଜଣ ସୁରତ ଫେରନ୍ତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ରେ ପହଞ୍ଚି ସାରିଥିବା ବେଳେ ନୂଆ କରି ଚିହ୍ନଟ ହୋଇଥିବା ୪୬ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହି ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ବିଭିନ୍ନ ଜିଲ୍ଲାରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୪୨ ଜଣ ଚିହ୍ନଟ ହୋଇଥିବା ବେଳେ ୨ ଜଣ କଣ୍ଟେନମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଅନ୍ୟ ସ୍ଥାନରୁ ଆଉ ୨ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ପୁଣି ଏମାନଙ୍କ ମଧ୍ୟରୁ ୩୮ ଜଣ […]

coronavirus1

Niharika Rout
  • Published: Tuesday, 12 May 2020
  • , Updated: 12 May 2020, 11:25 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ରେ ପହଞ୍ଚି ସାରିଥିବା ବେଳେ ନୂଆ କରି ଚିହ୍ନଟ ହୋଇଥିବା ୪୬ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହି ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ବିଭିନ୍ନ ଜିଲ୍ଲାରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୪୨ ଜଣ ଚିହ୍ନଟ ହୋଇଥିବା ବେଳେ ୨ ଜଣ କଣ୍ଟେନମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଅନ୍ୟ ସ୍ଥାନରୁ ଆଉ ୨ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ପୁଣି ଏମାନଙ୍କ ମଧ୍ୟରୁ ୩୮ ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ୪ ଜଣ ପଶ୍ଚିମବଙ୍ଗରୁ ଆସିଥିବା ଜଣାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ,  ୩୮ ସୁରତ ଫେରନ୍ତାଙ୍କ ମଧ୍ୟରେ ସବୁଠୁ ଅଧିକ ଅଛନ୍ତି ଗଞ୍ଜାମର। ଏହି ଜିଲ୍ଲାର ୨୧ ଆକ୍ରାନ୍ତ ସୁରତରୁ ଫେରିଛନ୍ତି। ଏହାବ୍ୟତୀତ ବୌଦ୍ଧ, କଟକ, ପୁରୀ, ମୟୂରଭଞ୍ଜର ଜଣେ ଲେଖାଏ ଆକ୍ରାନ୍ତ ହେଉଛି ସୁରତ ଫେରନ୍ତା । ବାଲେଶ୍ୱରର ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ସୁରତରୁ ଆସିଥିବା ଜଣାଯାଇଛି। ଅନ୍ୟ ଜଣେ ପଶ୍ଚିମବଙ୍ଗରୁ ଫେରିଛନ୍ତି।

ଯାଜପୁରର ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ପଶ୍ଚିମବଙ୍ଗରୁ ଆସିଥିବା ଜଣାଯାଇଛି। ଏହାବ୍ୟତୀତ କଣ୍ଟେନମେଣ୍ଟ ଜୋନ୍‌ରୁ ଚିହ୍ନଟ ୨ ଆକ୍ରାନ୍ତ ରାଉରକେଲାର ବୋଲି ଜଣାଯାଇଛି।

Related story