ରାଜ୍ୟରେ ୩,୮୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ପୁଣି ସର୍ବାଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଆଉ ୩,୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪,୦୩୧ରେ ପହଞ୍ଚିଯାଇଛି। ନୂଆ ଆକ୍ରନ୍ତଙ୍କ ମଧ୍ୟରୁ ୨୨୮୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୫୨୪ଟି ହେଉଛି ଲୋକାଲ୍ କେସ୍। Covid-19 Report For 5th September New Positives Cases: 3810In quarantine: 2286Local contacts: 1524 (Details of local […]

corona-vvirus

Jitendra Garnayak
  • Published: Sunday, 06 September 2020
  • , Updated: 06 September 2020, 11:19 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଆଉ ୩,୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪,୦୩୧ରେ ପହଞ୍ଚିଯାଇଛି।

ନୂଆ ଆକ୍ରନ୍ତଙ୍କ ମଧ୍ୟରୁ ୨୨୮୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୫୨୪ଟି ହେଉଛି ଲୋକାଲ୍ କେସ୍।


୩୦ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ନୂଆ ୩,୮୧୦ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୯୭ ଜଣ ଅଛନ୍ତି। ସେହିପରି ବରଗଡ଼ ଜିଲ୍ଲାରୁ ୩୯୬ ଜଣ ଥିବା ବେଳେ କଟକରୁ ୩୨୨ ଓ ଯାଜପୁରରୁ ୨୫୨ ଜଣ ଅଛନ୍ତି।


ରାଜ୍ୟର ୧,୨୪,୦୩୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୩,୭୭୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୯,୬୫୮ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୫୪୬ରେ ପହଞ୍ଚିଯାଇଛି।

Related story