- Videos
- Odisha
- ସମୁଦ୍ରକୂଳରେ ଥ୍ରୀ ଡି ଆର୍ଟ : ପଦ୍ମଶ୍ରୀଙ୍କ ପରୀକ୍ଷଣରେ ବାଲି ପାଇଲା ନୂଆ ପରିଚୟ, ଦେଖନ୍ତୁ ଭିଡିଓ
ସମୁଦ୍ରକୂଳରେ ଥ୍ରୀ ଡି ଆର୍ଟ : ପଦ୍ମଶ୍ରୀଙ୍କ ପରୀକ୍ଷଣରେ ବାଲି ପାଇଲା ନୂଆ ପରିଚୟ, ଦେଖନ୍ତୁ ଭିଡିଓ
- Published: Wednesday, 18 April 2018
- , Updated: 18 April 2018, 10:20 PM IST
<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ସେଇ ବାଲି ଥିଲା । ସେଇ ସମୁଦ୍ର ବି ଥିଲା। ହେଲେ ଆଜି କିନ୍ତୁ ସମୁଦ୍ର ଲହଡ଼ି ଆସିଲେ ବାଲି ଟିକେ ଚହଲି ଯାଉଥିଲା। ଆଉ ସେହି ଚହଲା ବାଲି ଉପରେ ଚାହା କପ୍‌ଟେ ଧରି ଏକାନ୍ତରେ ବସିଥିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଆଉ ଝୁରାବାଲିର ଶେଯ ଉପରେ ଲେଖା ହୋଇଥିଲା କିପ୍‌ କ୍ଲିନ୍‌। ଆପଣ ଭାବୁଥିବେ ଆମେ ଏତେ କଥା କହିବାର ଉଦ୍ଦେଶ୍ୟ କଣ। ତେବେ ଆପଣ ଜାଣି ଖୁସିହେବେ ବାଲୁକା</p>
<p>କଳାକୁ ନେଇ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସୁଦର୍ଶନ ପଟ୍ଟନାୟକ ଏକ ନୂଆ ଏକ୍ସପେରିମେଣ୍ଟ କରିଛନ୍ତି। ଆଉ ସେହି ନୂଆ ପରୀ‍କ୍ଷଣଟି ହେଉଛି 3-ଡି ସ୍ୟାଣ୍ଡ ଆର୍ଟ। ଆପଣ ଦେଖୁଥିବା ସେହି ଦୃଶ୍ୟ 3d ଆର୍ଟର ନୂଆ ପରିକଳ୍ପନା। ପୂର୍ବରୁ ନିର୍ଜୀବ ବାଲିକୁ ଜୀବନ୍ୟାସ ଦେଇ ବିଶ୍ୱବାସୀଙ୍କୁ ଆଚମ୍ବିତ କରି ଆସୁଥିବା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରଥମ ଥର ପାଇଁ 3d ଇଫେକ୍‌ଟ ମାଧ୍ୟମରେ ବାଲୁକା କଳାକୁ ପ୍ରଦର୍ଶନ କରିଛନ୍ତି। ଆଉ ଏହି କଳା ମାଧ୍ୟମରେ ପରିବେଶ ସ୍ୱଚ୍ଛତାକୁ ନେଇ ବାର୍ତ୍ତା ମଧ୍ୟ ଦେଇଛନ୍ତି।</p>