୩ୟ ଦିନ ସ୍ୱାଭାବିକ ହେଲା ଗୃହ, ଚାଷୀ ଆତ୍ମହତ୍ୟା ଉପରେ ଭାରି ପଡିଲା ଏମ୍‌ଏସ୍‌ପି

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶୀତ ଅଧିବେଶନର ୩ୟ ଦିନରେ ସ୍ୱଭାବିକ ହୋଇଛି ବିଧାନସଭା। ଚାଷୀଙ୍କ ସମସ୍ୟାକୁ ନେଇ ପ୍ରଥମ ଦୁଇଦିନ ଗୃହ  ହୁଲୁସ୍ତୁଲୁ ହୋଇ ଅଚଳ ହୋଇପଡିଥିଲା । ହେଲେ ଗୃହ ସ୍ୱଭାବିକ୍ ହେଲା ବେଳକୁ ବିରୋଧୀଙ୍କ ପ୍ରସଙ୍ଗକୁ ପଛରେ ପକାଇ ଶାସକ ଦଳର ପ୍ରସଙ୍ଗ ଭାରି ପଡିଲା । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଛାଡି ଏମ୍‌ଏସ୍‌ପି ଉପରେ ଲାଗିଲେ ବିରୋଧୀ କଂଗ୍ରେସ ଓ ବିଜେଡି। ପ୍ରସଙ୍ଗ ନେଇ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ମନଇଛା ବର୍ଷିଥିଲେ […]

download

Rakesh Mallick
  • Published: Thursday, 30 November 2017
  • , Updated: 01 December 2017, 10:28 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶୀତ ଅଧିବେଶନର ୩ୟ ଦିନରେ ସ୍ୱଭାବିକ ହୋଇଛି ବିଧାନସଭା। ଚାଷୀଙ୍କ ସମସ୍ୟାକୁ ନେଇ ପ୍ରଥମ ଦୁଇଦିନ ଗୃହ  ହୁଲୁସ୍ତୁଲୁ ହୋଇ ଅଚଳ ହୋଇପଡିଥିଲା । ହେଲେ ଗୃହ ସ୍ୱଭାବିକ୍ ହେଲା ବେଳକୁ ବିରୋଧୀଙ୍କ ପ୍ରସଙ୍ଗକୁ ପଛରେ ପକାଇ ଶାସକ ଦଳର ପ୍ରସଙ୍ଗ ଭାରି ପଡିଲା । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଛାଡି ଏମ୍‌ଏସ୍‌ପି ଉପରେ ଲାଗିଲେ ବିରୋଧୀ କଂଗ୍ରେସ ଓ ବିଜେଡି। ପ୍ରସଙ୍ଗ ନେଇ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ମନଇଛା ବର୍ଷିଥିଲେ ଶାସକ ଓ କଂଗ୍ରେସ। ଏମିତି ମିଳିତ ଆକ୍ରମଣରେ ଏକ ଘରିକିଆ ହୋଇଯାଇଥିଲା ବିଜେପି ।

ଅଧିବେଶନ ଆରମ୍ଭର ପ୍ରଥମ ଦିନ ଚାଷୀଙ୍କ ସମସ୍ୟାକୁ ନେଇ ବିରୋଧୀ ଗର୍ଜିଥିଲେ । ଏକ ଥିଲା କଂଗ୍ରେସ ଓ ବିଜେପିର ସ୍ୱର। କଂଗ୍ରେସ କେନ୍ଦ୍ରକୁ ବି ନିଶାନା କରିଥିଲା। ଏପଟେ ଶାସକ ଦଳ ପାଖରେ ପ୍ରସଙ୍ଗ ଥିଲା ଏମଏସପି । ଯାହାକୁ ନେଇ ଗୃହ ଅଚଳ ହୋଇଯାଇଥିଲା। ଦ୍ୱିତୀୟ ଦିନ ମଧ୍ୟ ପରିସ୍ଥିତି ଏକାଭଳି ଥିଲା । ହେଲେ ଗୁରୁବାର ସ୍ଥିତି ଥିଲା ସମ୍ପୂର୍ଣ୍ଣ ଅଲଗା। ପ୍ରଶ୍ନ କାଳରେ ଚୁପ୍‌ ବସିଥିଲେ କଂଗ୍ରେସ ବିଧାୟକ। ବିଜେପି ବିଧାୟକ ଆସନରେ ଠିଆ ହୋଇ ହୋ ହାଲ୍ଲା କରିଥିଲେ। ଚାଷୀ ଆତ୍ମହତ୍ୟା କଥା ଉଠାଇଲେ, ନକଲି କୀଟନାଶକ ପ୍ରତୀକ ଚିତ୍ର ଦେଖାଇବାରୁ ମୂଲତବୀ ହେଲା ଗୃହ। ହେଲେ ଭାରି ପଡିଲା ଶାସକ ଦଳର ପ୍ରସଙ୍ଗ। ଶାସକ ଦଳର ମୁଖ୍ୟ ସଚେତକ ଏମଏସପି ସମ୍ପର୍କିତ ଗୃହ କମିଟିର ରିପୋର୍ଟ ଉପସ୍ଥାପନ କରିବା ପରେ କାର୍ଯ୍ୟ ପରାମର୍ଶଦାତା କମିଟି ବସି ଏମଏସପି  ଆଲୋଚନାକୁ ଗ୍ରୀନ ସିଗନାଲ ଦେଲା । ମାରାଥନ ଆଲୋଚନାରେ କେନ୍ଦ୍ରକୁ ନିଶାନା କଲେ ଶାସକ ଦଳର ବିଧାୟକ। ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ସମୟ ନ ଦେଇ ଚାଷୀ କୁଳକୁ ଅପମାନିତ କରିଥିବା ଅଭିଯୋଗ ଆଣିଲା ବିଜେଡି। ଏପଟେ ଚାଷୀଙ୍କ ସମସ୍ୟାକୁ ନେଇ ଆଲୋଚନା ଚାହୁଁଥିବା କଂଗ୍ରେସ ବିଧାୟକ ଆଜି ଏମଏସପିରେ କେନ୍ଦ୍ର ଅବହେଳା କଥା ରଖି ଉଭୟ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉପରେ ମନଇଛା  ବର୍ଷିଥିଲେ। ପ୍ରଧାନମନ୍ତ୍ରୀଙ୍କ ଲିଷ୍ଟରେ  ଓଡିଶା ନାହିଁ  ବୋଲି ଅଭିଯୋଗ ଆଣିଲେ ବିରୋଧୀ ଦଳ ନେତା ।

ବିଜେଡି ଓ କଂଗ୍ରେସର ମିଳିତ ଆକ୍ରମଣରେ ଏକଘରିକିଆ ହୋଇଯାଇଥିଲା ବିଜେପି। ବିଧାୟକ ଦଳ ନେତା କହିଥିଲେ ଚାଷୀଙ୍କୁ ନେଇ ରାଜନୀତି କରା ନ ଯାଉ। ପ୍ରଧାମମନ୍ତ୍ରୀଙ୍କ ବିରୋଧରେ କୌଣସି ପ୍ରସ୍ତାବ ଆସିଲେ ଦଳ ସମର୍ଥନ କରିବ ନାହିଁ ବୋଲି  ରୋକଠୋକ ଶୁଣାଇଥିଲେ କେ. ଭି । ୨୦୦୦ରୁ ବିଜେଡି ଦେଇଥିବା ଅନେକ ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିନାହିଁ ବୋଲି ଅଭିଯୋଗ କରିଥିଲା ବିଜେପି।

Related story