ବଦଳିବ ବିମାନ ବନ୍ଦରର ରୂପରେଖ, ନିର୍ମାଣ ହେବ ୩ୟ ଟର୍ମିନାଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଦଳିବ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ରୂପରେଖ। ନିର୍ମାଣହେବ ନୂଆ ଟର୍ମିନାଲ। ବିମାନ ବନ୍ଦରରେ ପୂର୍ବରୁ ଦୁଇଟି ଟର୍ମିନାଲ ଥିଲା। ଏବେ ତୃତୀୟ ଟର୍ମିନାଲ ନିର୍ମାଣ ପାଇଁ ରାସ୍ତା ଖୋଲିଛି। ଏଥିପାଇଁ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆଠାରୁ ଅନୁମତି ମିଳିସାରିଛି। ୫୮ ହଜାର ବର୍ଗ ମିଟର ଏରିଆରେ ନିର୍ମାଣ ହେବାକୁ ଥିବା ଏହି ଟର୍ମିନାଲରେ ଖର୍ଚ୍ଚ ହେବ ୭୫୦ କୋଟି ଟଙ୍କା। ଏଥିରେ ୭ଟି ପାସେଞ୍ଜର ବୋର୍ଡିଙ୍ଗ ବ୍ରିଜ ରହିବ। […]

airport

Rakesh Mallick
  • Published: Wednesday, 28 March 2018
  • , Updated: 28 March 2018, 07:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଦଳିବ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରର ରୂପରେଖ। ନିର୍ମାଣହେବ ନୂଆ ଟର୍ମିନାଲ। ବିମାନ ବନ୍ଦରରେ ପୂର୍ବରୁ ଦୁଇଟି ଟର୍ମିନାଲ ଥିଲା। ଏବେ ତୃତୀୟ ଟର୍ମିନାଲ ନିର୍ମାଣ ପାଇଁ ରାସ୍ତା ଖୋଲିଛି। ଏଥିପାଇଁ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆଠାରୁ ଅନୁମତି ମିଳିସାରିଛି। ୫୮ ହଜାର ବର୍ଗ ମିଟର ଏରିଆରେ ନିର୍ମାଣ ହେବାକୁ ଥିବା ଏହି ଟର୍ମିନାଲରେ ଖର୍ଚ୍ଚ ହେବ ୭୫୦ କୋଟି ଟଙ୍କା। ଏଥିରେ ୭ଟି ପାସେଞ୍ଜର ବୋର୍ଡିଙ୍ଗ ବ୍ରିଜ ରହିବ। ଯେଉଁଥିରେ ପିକ ଆୱାର କାପାସିଟି ରହିଛି ୨ହଜାର ୯୦୦ ପାସେଞ୍ଜର। ଯେଉଁଥିପାଇଁ ଖୁବଶୀଘ୍ର ଜଣେ କନ୍‌ସଲଷ୍ଟାଣ୍ଟଙ୍କୁ ନିଯୁକ୍ତି ଦିଆଯିବ। ଆଗାମୀ ଦଶ ବର୍ଷକୁ ଆଖି ଆଗରେ ରଖି ଏହି ସବୁ ସୁବିଧା ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ଯାହାର ବର୍ଷକୁ କାପାସିଟି ରହିବ ୪.୨୫  ମିଲିୟନ। ଭବିଷ୍ୟତରେ ୭ ମିଲିୟନ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି  କରାଯାଇପାରିବ ବୋଲି ଏୟାରପୋର୍ଟ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି।

Related story