ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ରେମୁଣା ଓମଫେଡ୍ ଡାଏରୀ ପ୍ଲାଣ୍ଟର ତିନିଜଣ ଟ୍ରାନ୍ସପୋର୍ଟରଙ୍କୁ ଅପହରଣ ଓ ପରେ ଛାଡିଦେବା ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେମାନଙ୍କ ମଧ୍ୟରେ ୩ ଅପହରଣକାରୀଙ୍କ ସହ ଜଣେ ଗାଡି ଡ୍ରାଇଭର ରହିଛନ୍ତି। ଅପହରଣରେ ନିୟୋଜିତ ହୋଇଥିବା ବୋଲେରୋ ଗାଡିକୁ ମଧ୍ୟ ପୋଲିସ ଜବତ କରିଛି।
ପୋଲିସର ସୂଚନା ଅନୁସାରେ, ୨୦୧୫ ମସିହାରୁ ୩ ବର୍ଷ ପାଇଁ ଭୁବନେଶ୍ୱରର ତିନିଜଣ ଯୁବକ ବାଲେଶ୍ୱର ଡାଏରୀରେ ନିଜର ଗାଡି ଟ୍ରାନ୍ସପୋର୍ଟରେ ଲଗାଇଥିଲେ। ଟେଣ୍ଡର ଅବଧି ମେ’ ମାସରୁ ସରିଥିବା ବେଳେ ନୂଆ ଟେଣ୍ଡର ପ୍ରକ୍ରିୟା ପାଇଁ ଆବେଦନ ତାରିଖର ଆଜି ଶେଷ ଦିନଥିଲା। ଏହା ପୂର୍ବରୁ ଅନ୍ୟ ଟ୍ରାନ୍ସପୋର୍ଟର ଏଭଳି ଅପହରଣ ନାଟକ ରଚିଥିଲେ। ଅପହରଣ ପାଇଁ ଯୋଜନା କରିଥିବା ଅନ୍ୟ ଦୁଇ ଟ୍ରାନ୍ସପୋର୍ଟର ଅପହରଣକାରୀ ନିଖିଲ କୁମାର ବେହେରାଙ୍କୁ ୨୦ ହଜାର ଟଙ୍କା ଦେବା ପାଇଁ କହିଥିବା ପୋଲିସ ସୂଚନା ଦେଇଛି। ଶୀଘ୍ର ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଶିଳ୍ପାଞ୍ଚଳ ପୋଲିସ କହିଛି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।