ଗୁଣି ଗାରେଡ଼ି ସନ୍ଦେହରେ ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ, ଧରାପଡ଼ିଲେ

ବାଲିଗୁଡ଼ା (ଅଜିତ ନାୟକ): ଗତ ୬ ତାରିଖରେ କନ୍ଧମାଳ ଜିଲ୍ଲା ସିନ୍ଦ୍ରୀଗାଁର ଏକ ପୋଖରୀରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ୍‌। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୁଣିଗାରେଡ଼ି ସନ୍ଦେହରେ ସେମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ହେଲେ ବିଲୁପଡ଼ା ଗାଁର ନବ କିଶୋର ମଲିକ, ଜାକରା ଦିଗାଲ, ପାଦ୍ରୀପଡ଼ା ଗାଁର ମଣ୍ଟୁ ଦିଗାଲ ଓ ସୁବାସ ଦିଗାଲ। ସେମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀ […]

yyyyyyyyy

Tapaswini Nayak
  • Published: Wednesday, 25 March 2020
  • , Updated: 25 March 2020, 12:18 PM IST

ବାଲିଗୁଡ଼ା (ଅଜିତ ନାୟକ): ଗତ ୬ ତାରିଖରେ କନ୍ଧମାଳ ଜିଲ୍ଲା ସିନ୍ଦ୍ରୀଗାଁର ଏକ ପୋଖରୀରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ୍‌। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୁଣିଗାରେଡ଼ି ସନ୍ଦେହରେ ସେମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡ଼ିଛି।

ଅଭିଯୁକ୍ତମାନେ ହେଲେ ବିଲୁପଡ଼ା ଗାଁର ନବ କିଶୋର ମଲିକ, ଜାକରା ଦିଗାଲ, ପାଦ୍ରୀପଡ଼ା ଗାଁର ମଣ୍ଟୁ ଦିଗାଲ ଓ ସୁବାସ ଦିଗାଲ। ସେମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀ ସହିତ ଏକ ଅଟୋ ଓ ବାଇକ୍‌କୁ ଜବତ କରାଯାଇଛି।

ମୃତ ଯୁଧିଷ୍ଠିର ମଲିକଙ୍କ ଗାଁ ବି ବିଲୁପଡ଼ାରେ। ୬ ତାରିଖରେ ତାଙ୍କୁ ବିଲୁପଡ଼ାରେ ଏହି ୪ ଅଭିଯୁକ୍ତ ହତ୍ୟା କରିଥିଲେ। ପରେ ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଇଥିଲେ। ଗଣ୍ଡିକୁ ଅଟୋ ସାହାଯ୍ୟରେ ନେଇ ସିନ୍ଦ୍ରୀଗାଁର ଏକ ପୋଖରୀରେ ଫୋପାଡ଼ି ଦେଇଥିଲେ। ପୋଖରୀରୁ ବାଲିଗୁଡ଼ା ପୁଲିସ୍ ମୁଣ୍ଡ ବିହୀନ ମୃତଦେହ ଜବତ କରିବା ପରେ ଘଟଣାର ତଦନ୍ତ କରି ଏହା ଯୁଧିଷ୍ଠିର ମଲିକଙ୍କର ବୋଲି ଜାଣିବାକୁ ପାଇଥିଲା। ଏହା ପରେ ତଦନ୍ତ ପରିସରକୁ ବଢ଼ାଇ ପୁଲିସ୍ ଏହି ଚାରି ଜଣ ଅଭିଯୁକ୍ତ ଗୁଣି ଗାରେଡ଼ି ସନ୍ଦେହରେ ତାଙ୍କୁ ହତ୍ୟା କରିଥିଲେ ବୋଲି ଜାଣିବାକୁ ପାଇଥିଲା।

Related story