ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ୭୫୫ ଚିହ୍ନଟ ହୋଇଥିବା ବେଳେ ଏଥିରେ ଆଖି ବୁଜିଛନ୍ତି ୪ ଜଣ। ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର। ଫଳରେ ଗଞ୍ଜାମ ଜିଲ୍ଲାରେ କରୋନା ଯୋଗୁ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହି ମହାମାରୀ ଯୋଗୁ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଲାଣି। ସମଗ୍ର ରାଜ୍ୟରେ କରୋନା ଯୋଗୁ ମୃତ୍ୟୁ ସଂଖ୍ୟା ୫୬ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Regret to inform the demise of 4 Covid positive patients while under treatment in hospital.
1. Male of 41 years of Ganjam district, also suffering from Hypertension.
2. Male of 58 years of Ganjam district.
3. Male of 48 years of Ganjam district, also suffering from Diabetes
— H & FW Dept Odisha (@HFWOdisha) July 10, 2020
4. Male of 32 years of Ganjam district, also suffering from Diabetes.
— H & FW Dept Odisha (@HFWOdisha) July 10, 2020
ଗଞ୍ଜାମ ଜିଲ୍ଲାର ୪ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ସେମାନେ ସମସ୍ତେ ପୁରୁଷ ବୋଲି ଜଣାଯାଇଛି। ସେମାନଙ୍କ ବୟସ ଯଥାକ୍ରମେ ୩୨, ୪୧, ୪୮ ଓ ୫୮। ୪୧ ବର୍ଷୀୟ ବ୍ୟକ୍ତି ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ୪୮ ବର୍ଷୀୟ ବ୍ୟକ୍ତି ଓ ୩୨ ବର୍ଷୀୟ ଯୁବକ ପୂର୍ବରୁ ମଧୁମେହରେ ଆକ୍ରାନ୍ତ ଥିଲେ ବୋଲି ଜଣାଯାଇଛି।
ସେହିପରି ସୁନ୍ଦରଗଡ଼ ଓ ଭଦ୍ରକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି ସରକାର ଦର୍ଶାଇଛନ୍ତି।
Regret to report the death of two Covid positive cases due to other causes.
1. Male of 57 years of Sundargarh district due to Lung Cancer.
2. Male of 70 years of Bhadrak district due to Cancer of the Bladder with metastasis.
— H & FW Dept Odisha (@HFWOdisha) July 10, 2020