ରାଇସ୍‌ ମିଲ୍ ପାଚେରି ଭୁଶୁଡ଼ି ୪ ମୃତ, ୭ ଆହତ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ସହରର ଅଳସୁଆ ହାଟ ନିକଟସ୍ଥ ଏକ ପରିତ୍ୟକ୍ତ ରାଇସ୍‌ମିଲ୍‌ର ପାଚେରି ଆଜି ସକାଳେ ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ସମସ୍ତ ମୃତକ ହାଟକୁ ଆସିଥିବା ବ୍ୟବସାୟୀ ବୋଲି ଜଣାପଡ଼ିଛି। ସେମାନେ ହେଲେ ଚାଇଁପୁର ଗାଁର ସଂଗ୍ରାମ ସାହୁ, ଗେଙ୍ଗୁଟିଆର ରାମଚନ୍ଦ୍ର ସାହୁ, ଗୁରୁଜଙ୍ଗର ଅଭିମନ୍ୟୁ ବିଶ୍ୱାଳ ଓ ସିଦ୍ଧପାଳର ମାୟାଧର ମଲ୍ଲିକ। ସେମାନଙ୍କ ପରିବାରକୁ ୨୫ ହଜାର ଟଙ୍କା ଲେଖାଏ ସହାୟତା […]

wall

wall

Jitendra Garnayak
  • Published: Sunday, 09 June 2019
  • Updated: 09 June 2019, 12:59 PM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ସହରର ଅଳସୁଆ ହାଟ ନିକଟସ୍ଥ ଏକ ପରିତ୍ୟକ୍ତ ରାଇସ୍‌ମିଲ୍‌ର ପାଚେରି ଆଜି ସକାଳେ ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।

ସମସ୍ତ ମୃତକ ହାଟକୁ ଆସିଥିବା ବ୍ୟବସାୟୀ ବୋଲି ଜଣାପଡ଼ିଛି। ସେମାନେ ହେଲେ ଚାଇଁପୁର ଗାଁର ସଂଗ୍ରାମ ସାହୁ, ଗେଙ୍ଗୁଟିଆର ରାମଚନ୍ଦ୍ର ସାହୁ, ଗୁରୁଜଙ୍ଗର ଅଭିମନ୍ୟୁ ବିଶ୍ୱାଳ ଓ ସିଦ୍ଧପାଳର ମାୟାଧର ମଲ୍ଲିକ। ସେମାନଙ୍କ ପରିବାରକୁ ୨୫ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବାକୁ ଢେଙ୍କନାଳ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଆହତମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଏଠାରେ ସାପ୍ତାହିକ ହାଟ ପାଇଁ ଗହଳି ଲାଗିଥିବା ବେଳେ ଏ ଘଟଣା ଘଟିଥିଲା। ସାଧାରଣତଃ ଏହି ପାଚେରି ତଳେ ଉଠାଦୋକାନୀମାନେ ବସିଥା’ନ୍ତି। ଆଜି ବି ସେମାନେ ବସିଥିବା ବେଳେ ଓ କିଣାବିକା ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ସେହିପରି ଲୋକେ ଏହି ପାଚେରି ପାଖରେ ସେମାନଙ୍କ ଗାଡ଼ି ରଖିଥିବା ବେଳେ ସେଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି।

ଖବର ପାଇ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଏଥିରେ ସ୍ଥାନୀୟ ଲୋକେ ସେମାନଙ୍କୁ ସାହାଯ୍ୟ କରିଥିଲେ।

oldmanସୂଚନା ଅନୁଯାୟୀ, ରାଇସ୍‌ ମିଲ୍‌ର ଏହି ପାଚେରିଟି ପ୍ରାୟ ୫୦ ବର୍ଷ ପୁରୁଣା। ପାଚେରିଟି ଯେକୌଣସି ସମୟରେ ଭୁଶୁଡ଼ିଯାଇପାରେ ବୋଲି ସ୍ଥାନୀୟ ଲୋକେ ଅନେକ ଥର ପ୍ରଶାସନକୁ ଜଣାଇଥିଲେ। ତେବେ ପ୍ରଶାସନ ପକ୍ଷରୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏଠାରେ ପ୍ରତି ରବିବାର ହାଟ ବସୁଥିବା ବେଳେ ଉଠାଦୋକାନୀମାନେ ଏହି ପାଚେରି ତଳେ ବସି ଜିନିଷ ବିକନ୍ତି।

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ସାପ୍ତାହିକ ହାଟ ପାଇଁ ଏଠାରେ ଏକ ଭେଣ୍ଡିଂ ଜୋନ୍ ନିର୍ମାଣ ଚାଲିଛି। ତେବେ ଟେଣ୍ଟର ନେଇଥିବା କଣ୍ଟ୍ରାକ୍ଟରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ତାହା ଏଯାଏ ସଂପୂର୍ଣ୍ଣ ହୋଇପାରୁନି। ପ୍ରଶାସନ ବି ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଭେଣ୍ଡିଂ ଜୋନ୍ କାର୍ଯ୍ୟ ସରିଥିଲେ, ଆଜି ଯେଉଁ ଅଘଟଣ ଘଟିଲା, ତାହା ହୁଏତ ହୋଇ ନଥାନ୍ତା।

ଅନ୍ୟପକ୍ଷରେ ଆଜି ଏହି ଅଘଟଣ ପରେ ପରିତ୍ୟକ୍ତ ରାଇସ୍‌ ମିଲ୍‌ର ବାକି ପାଚେରିକୁ ମଧ୍ୟ ପ୍ରଶାସନ ଭାଙ୍ଗି ଦେଇଛି। ତା’ସହିତ ଆଖପାଖରେ ଥିବା କିଛି ପରିତ୍ୟକ୍ତ ଘରକୁ ମଧ୍ୟ ଭାଙ୍ଗି ଦିଆଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos