ହୋଲି ହେଲା କାଳ, ଗାଧୋଇଲା ବେଳେ ବୁଡି ୪ ମୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହୋଲି ଗାଧୁଆ ହେଲା କାଳ। ୩ଟି ପୃଥକ ଘଟଣାରେ ଯାଇଛି ଚାରି ଚାରିଟି ଜୀବନ। କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ବଣିଆ ଘାଟରେ ୨ ଜଣ ଯୁବକ ବୁଡ଼ିଯାଇଛନ୍ତି। ସେମାନେ ହେଲେ ବେଲମା ସାହିର ଅଙ୍କୁଶ ନାୟକ ଓ ଜଗନ୍ନାଥ ମହାପାତ୍ର। ଇନ୍ଦାବତୀ ନଦୀରେ ସେମାନେ ବୁଡ଼ିଯାଇଥିଲେ। ଅଗ୍ନିଶମ ବାହିନୀ ଉଦ୍ଧାର କରି ସେମାନଙ୍କୁ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ କଟକ […]

national-dam-safety-meeting-focuses-on-flood-control-in-river-mahanadi 

Manoranjan Sial
  • Published: Saturday, 19 March 2022
  • , Updated: 19 March 2022, 08:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହୋଲି ଗାଧୁଆ ହେଲା କାଳ। ୩ଟି ପୃଥକ ଘଟଣାରେ ଯାଇଛି ଚାରି ଚାରିଟି ଜୀବନ। କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ବଣିଆ ଘାଟରେ ୨ ଜଣ ଯୁବକ ବୁଡ଼ିଯାଇଛନ୍ତି। ସେମାନେ ହେଲେ ବେଲମା ସାହିର ଅଙ୍କୁଶ ନାୟକ ଓ ଜଗନ୍ନାଥ ମହାପାତ୍ର। ଇନ୍ଦାବତୀ ନଦୀରେ ସେମାନେ ବୁଡ଼ିଯାଇଥିଲେ। ଅଗ୍ନିଶମ ବାହିନୀ ଉଦ୍ଧାର କରି ସେମାନଙ୍କୁ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଏପଟେ କଟକ ବିରିବାଟୀ ଅଞ୍ଚଳର ଅଭିଜିତ ବାରିକ ୩ ସାଙ୍ଗଙ୍କ ସହ ହୋଲି ଖେଳିସାରି ମହାନଦୀ ନିମେଇଷାପୁର ନୂଆ କୋରୁଆଁ ଘାଟକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ନଦୀ ସୁଅରେ ଭାସିଯାଇ ସେ ପ୍ରାଣ ହରାଇଛନ୍ତି।

କେନ୍ଦୁଝର ଟାଉନ୍ ଥାନା ହରିଡ଼ାଗୋଠରେ ମଧ୍ୟ ଅଘଟଣ ଘଟିଛି। ପୋଖରୀରେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଶତ୍ରୁଘ୍ନ ବେହେରା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ୧୦୮ ଆମ୍ବୁଲାନ୍ସ ଠିକ ସମୟରେ ନଆସିବାରୁ ତାଙ୍କୁ ପ୍ରଥମେ ଅଟୋରେ କେନ୍ଦୁଝର ମେଡିକାଲ୍‌ ନିଆଯାଉଥିଲା। ହେଲେ ଅଧାବାଟରେ ଅଟୋରେ ତେଲ ସରିଯିବାରୁ ବାଇକ୍‌ ନିଆଯାଇଥିଲା। ତେବେ ସେତେବଳକୁ ବହୁ ବିଳମ୍ବ ହୋଇଯାଇଥିଲା। ତାଙ୍କର ମୃତ୍ୟୁ ଘଟିଥିଲା।

Related story