ଚଇତି ମହୋତ୍ସବ ଦେଖି ଫେରୁଥିବା ବେଳେ ଗଛରେ ପିଟିହେଲା ବୋଲେରୋ, ୪ ମୃତ

କଲ୍ୟାଣସିଂହପୁର(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ତୟାପୁଟ୍‌ରେ ଏକ ବୋଲେରୋ ଭାରସାମ୍ୟ ହରାଇ ଆମ୍ବ ଗଛରେ ପିଟି ହେବାରୁ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ରବି ମାଝି,ପପୁ ମଦୁଲି, ନବୀନ ମାଝି ଓ ନାବି ମାଝି। ରବି, ପପୁ ଓ ନାବିଙ୍କ ଗାଁ ଡେଙ୍ଗାଗୁଡ଼ା ହୋଇଥିବା ବେଳେ ନବୀନଙ୍କ ଘର ପଣସଗୁଡ଼ାରେ ବୋଲି ଜଣାପଡ଼ିଛି। ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି […]

bolero

bolero

Tapaswini Nayak
  • Published: Monday, 31 December 2018
  • Updated: 31 December 2018, 10:06 AM IST

Sports

Latest News

କଲ୍ୟାଣସିଂହପୁର(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ତୟାପୁଟ୍‌ରେ ଏକ ବୋଲେରୋ ଭାରସାମ୍ୟ ହରାଇ ଆମ୍ବ ଗଛରେ ପିଟି ହେବାରୁ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ରବି ମାଝି,ପପୁ ମଦୁଲି, ନବୀନ ମାଝି ଓ ନାବି ମାଝି।

ରବି, ପପୁ ଓ ନାବିଙ୍କ ଗାଁ ଡେଙ୍ଗାଗୁଡ଼ା ହୋଇଥିବା ବେଳେ ନବୀନଙ୍କ ଘର ପଣସଗୁଡ଼ାରେ ବୋଲି ଜଣାପଡ଼ିଛି। ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ବୀର କୁମାର। ତାଙ୍କ ଘର ମୁଣ୍ଡାଗାଁରେ।

ଗତକାଲି ବିଳମ୍ବିତ ରାତିରେ ବୋଲେରୋରେ ଏମାନେ ସମସ୍ତ ଯାତ୍ରୀ ରାୟଗଡ଼ାରୁ ଚଇତି ମହୋତ୍ସବ ଦେଖି ଡେଙ୍ଗାଗୁଡ଼ାକୁ ଫେରୁଥିଲା ବେଳେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ନବୀନଙ୍କର ମୃତ୍ୟୁ ଘଟିଥିଲା। ଗାଡ଼ିରେ ମୋଟ ୫ ଜଣ ଯାତ୍ରୀ ଥଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos