ଠିକା ସଂସ୍ଥା କ୍ୟାମ୍ପରେ ୩ ଡ୍ରାଇଭରଙ୍କୁ ପ୍ରବଳ ପିଟିଲେ, ଫାଠି ଯାଇଛି ପିଠି

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଡିଜେଲ ଚୋରି ଅଭିଯୋଗରେ ଠିକା ସଂସ୍ଥା କ୍ୟାମ୍ପରେ ୩ ଡ୍ରାଇଭରମାନଙ୍କୁ ପ୍ରବଳ ମାଡ଼ ମରାଯାଇଛି। ମାଡ଼ ଖାଇ କାହାର ପିଠି ଫାଟିଛି ତ, କାହାର ଦେହ ସାରା ଦାଗ। ଘଟଣା ଘଟିଛି ସମ୍ବଲପୁର ଯୁଜୁମୁରାରେ। ପୁଲିସ ଖବର ପାଇ ଏହି ଡ୍ରାଇଭରମାନଙ୍କୁ ଉଦ୍ଧାର କରିଛି। ସମ୍ବଲପୁର-ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ କରୁଥିବା ଠିକା ସଂସ୍ଥା  AIPLର ଯୁଜୁମୁରା ସ୍ଥିତ କ୍ୟାମ୍ପରେ ଘଟିଛି ଏହି ଘଟଣା। ମାଡ଼ମରା ହେଉଥିବା ସମୟର ଭିଡ଼ିଓ […]

attack

  • Published: Tuesday, 06 December 2022
  • , Updated: 06 December 2022, 06:29 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଡିଜେଲ ଚୋରି ଅଭିଯୋଗରେ ଠିକା ସଂସ୍ଥା କ୍ୟାମ୍ପରେ ୩ ଡ୍ରାଇଭରମାନଙ୍କୁ ପ୍ରବଳ ମାଡ଼ ମରାଯାଇଛି। ମାଡ଼ ଖାଇ କାହାର ପିଠି ଫାଟିଛି ତ, କାହାର ଦେହ ସାରା ଦାଗ। ଘଟଣା ଘଟିଛି ସମ୍ବଲପୁର ଯୁଜୁମୁରାରେ। ପୁଲିସ ଖବର ପାଇ ଏହି ଡ୍ରାଇଭରମାନଙ୍କୁ ଉଦ୍ଧାର କରିଛି।

ସମ୍ବଲପୁର-ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ କରୁଥିବା ଠିକା ସଂସ୍ଥା  AIPLର ଯୁଜୁମୁରା ସ୍ଥିତ କ୍ୟାମ୍ପରେ ଘଟିଛି ଏହି ଘଟଣା। ମାଡ଼ମରା ହେଉଥିବା ସମୟର ଭିଡ଼ିଓ ଭାଇରାଲ ହୋଇଛି। ସେପଟେ ଘଟଣା ସମ୍ପର୍କରେ ସମ୍ବଲପୁର ଜିଲ୍ଲା ଡ୍ରାଇଭର ମହାସଂଘ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏତଲାରେ ଉଲ୍ଲେଖ କରାଯାଇଛି, ଗତ ଶୁକ୍ରବାର ଓ ଶନିବାର ଡ୍ରାଇଭରମାନଙ୍କୁ ଉଠାଇ ନିଆଯାଇ ମାଡ଼ ମରାଯାଇଥିଲା। ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ। ନ ହେଲେ ଠିକା ସଂସ୍ଥା ଅଫିସ୍ ଘେରାଉ କରିବା ପାଇଁ ଚେତାବନୀ ଦିଆଯାଇଛି। ମାଡ ଖାଇଥିବା ଡ୍ରାଇଭରମାନେ ଅନୁଗୁଳ ଜିଲ୍ଲା ବାମୁର ସ୍ଥିତ କମ୍ପାନୀ କ୍ୟାମ୍ପରେ ଭାରି ଯାନ ଚଲାନ୍ତି।

ଏ ନେଇ ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର କହିଛନ୍ତି, ମାଡ଼ ଖାଇଥିବା ଡ୍ରାଇଭରମାନଙ୍କୁ ପୁଲିସ ଉଦ୍ଧାର କରିଛି। ପୁଲିସ ପକ୍ଷରୁ ମଧ୍ୟ ସେମାନଙ୍କ ଚିକିତ୍ସା କରାଯାଇଛି। କିନ୍ତୁ ସେମାନେ ଏବାବଦରେ ଏତଲା ଦେବାକୁ ଚାହୁଁ ନ ଥିଲେ। କମ୍ପାନୀ ଯଦି କେସ କରିବାକୁ ଚାହିଁବ, ତେବେ ବାମୁରରେ କରିପାରିବ। ଆବଶ୍ୟକ ହେଲେ ସଂପୃକ୍ତ ଡ୍ରାଇଭରମାନଙ୍କୁ ଡକାଯିବ ଓ ଡ୍ରାଇଭର ସଂଘ ଏତଲା ଆଧାରରେ ମାମଲା ରୁଜୁ କରାଯିବ ବୋଲି ଏସ୍‌ପି କହିଛନ୍ତି।

[caption id="attachment_787280" align="aligncenter" width="650"] ମାଡ଼ ଖାଇଥିବା ଡ୍ରାଇଭରମାନେ।[/caption]

ଯୁଜୁମୁରା ଥାନା ଆଇଆଇସି ମଧ୍ୟ ସମାନ କଥା କହିଛନ୍ତି। ଡ୍ରାଇଭରମାନେ ଏବାବଦରେ ଏତଲା ଦେବାକୁ ଅରାଜି ବୋଲି ସେ ପ୍ରକାଶ କରିଛନ୍ତି।

ତେବେ ସବୁ ପ୍ରମାଣ ଥାଇ ମଧ୍ୟ କମ୍ପାନୀ ଚାପରେ ପୁଲିସ ମାମଲା ରୁଜୁ କରୁନାହିଁ ବୋଲି ଡ୍ରାଇଭର ମହାସଂଘ ଅଭିଯୋଗ କରିଛି।

Related story