ସାଇକେଲରେ ଘରକୁ ଫେରୁଥିଲେ, ଧକ୍କା ଦେଲା ଅଟୋ

ପାଲଲହଡ଼ା (ରବି ନାରାୟଣ ପ୍ରଧାନ): କିଛି ଦିନ ତଳେ ଭଦ୍ରକରେ ଟ୍ରକ୍‌ ଧକ୍କାରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ମନରୁ ଲିଭିନଥିବା ବେଳେ ଆଜି ପୁଣି ଗୋଟିଏ ଦୁର୍ଘଟଣା ଘଟିଛି। ଏଥର ଅନୁଗୋଳ ଜିଲ୍ଲା ଗୁରୁଜାଙ୍ଗ-ଉଦୟପୁର ରାସ୍ତାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଫଳରେ ୪ ଜଣ ଛାତ୍ରୀ ଆହତ ହୋଇଛନ୍ତି। ଉଦୟପୁର ଗାଁର ବର୍ଷା ନାଏକ, ପୁଷ୍ପା ନାଏକ, ଅମ୍ୱିକା ବେଳେରା ଓ ସୁରଭି ବେହେରା ଗୁରୁଜାଙ୍ଗ ପବିତ୍ର ମୋହନ […]

4 girl students injured as auto rickshaw runs over them

Rakesh Mallick
  • Published: Monday, 23 July 2018
  • , Updated: 23 July 2018, 06:47 PM IST

ପାଲଲହଡ଼ା (ରବି ନାରାୟଣ ପ୍ରଧାନ): କିଛି ଦିନ ତଳେ ଭଦ୍ରକରେ ଟ୍ରକ୍‌ ଧକ୍କାରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ମନରୁ ଲିଭିନଥିବା ବେଳେ ଆଜି ପୁଣି ଗୋଟିଏ ଦୁର୍ଘଟଣା ଘଟିଛି। ଏଥର ଅନୁଗୋଳ ଜିଲ୍ଲା ଗୁରୁଜାଙ୍ଗ-ଉଦୟପୁର ରାସ୍ତାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଫଳରେ ୪ ଜଣ ଛାତ୍ରୀ ଆହତ ହୋଇଛନ୍ତି।

ଉଦୟପୁର ଗାଁର ବର୍ଷା ନାଏକ, ପୁଷ୍ପା ନାଏକ, ଅମ୍ୱିକା ବେଳେରା ଓ ସୁରଭି ବେହେରା ଗୁରୁଜାଙ୍ଗ ପବିତ୍ର ମୋହନ ହାଇସ୍କୁଲରେ ୯ମ ଶ୍ରେଣୀରେ ପଢ଼ନ୍ତି। ସବୁଦିନ ପରେ ଆଜି ମଧ୍ୟ ସ୍କୁଲ ଯାଇଥିଲେ। ସ୍କୁଲ ଛୁଟି ପରେ ସେମାନେ ସାଇକେଲ୍‌ରେ ଘରକୁ ଫେରୁଥିଲେ। ଗୁରୁଜାଙ୍ଗ-ଉଦୟପୁର ରାସ୍ତାରେ ସେମାନଙ୍କୁ ଏକ ଅଟୋ ଧକ୍କା ଦେଇଥିଲା। ଫଳରେ ସେମାନେ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ପାଲଲହଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଅଟୋ ଚାଳକ ଫେରାର ହୋଇଯାଇଛି।

Related story