ଟ୍ରକ୍‌କୁ ପଛରୁ ଧକ୍କା ଦେଲା କାର୍‌

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର-ସୋନପୁର ଏନ୍‌ଏଚ୍ ୫୭ର ପୁଇଁନ୍ତଳା ଛକଠାରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ କାର୍ ପଛରୁ ଧକ୍କା ଦେବାଫଳରେ ଫଳରେ ୪ଜଣ ଆହତ ହୋଇଛନ୍ତି।  ଆହତମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି। ସମସ୍ତଙ୍କ ଘର ନବରଙ୍ଗପୁରର ବୋଲି ଜଣାଯାଇଛି। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଯୁଧିଷ୍ଠିର ପରିଡ଼ା ଭୁବନେଶ୍ୱରରୁ ମେଡିକାଲ କାମ ସାରି ପରିବାର ସହ କାର୍‌ରେ […]

accident

Tapaswini Nayak
  • Published: Friday, 22 July 2022
  • , Updated: 22 July 2022, 09:17 AM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର-ସୋନପୁର ଏନ୍‌ଏଚ୍ ୫୭ର ପୁଇଁନ୍ତଳା ଛକଠାରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ କାର୍ ପଛରୁ ଧକ୍କା ଦେବାଫଳରେ ଫଳରେ ୪ଜଣ ଆହତ ହୋଇଛନ୍ତି।  ଆହତମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି। ସମସ୍ତଙ୍କ ଘର ନବରଙ୍ଗପୁରର ବୋଲି ଜଣାଯାଇଛି।

ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଯୁଧିଷ୍ଠିର ପରିଡ଼ା ଭୁବନେଶ୍ୱରରୁ ମେଡିକାଲ କାମ ସାରି ପରିବାର ସହ କାର୍‌ରେ ନବରଙ୍ଗପୁର ଫେରୁଥିଲେ। ପୁଇଁନ୍ତଲାଛକ ଠାରେ ଛିଡା ହୋଇଥିବା ଏକ ଟ୍ରକକୁ କାର୍‌ଟି ଭାରସାମ୍ୟ ହରାଇ ପଛରୁ ଧକ୍କା ଦେଇଥିଲା। ବଲାଙ୍ଗିର ଅଗ୍ନିଶମ ବିଭାଗ ଓ ପୁଇଁନ୍ତଳା  ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।  ପୁଇଁନ୍ତଳା ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Related story