ଗ୍ୟାସ୍ ସିଲିଣ୍ଡର ଫାଟି ୪ ଗୁରୁତର
ବାଲେଶ୍ୱର(ଓଡ଼ିଶା ରିପୋର୍ଟର) : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରସାଳପୁର ଗାଁରେ ଗ୍ୟାସ୍ ସିଲିଣ୍ଡର ଫାଟି ୪ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ପ୍ରଥମେ ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗାଁସ ସିଲିଣ୍ଡର ଫାଟି ଲାଗିଥିବା ନିଆଁ ବ୍ୟାପି ଏକ ଚାଳଘର ପୋଡ଼ିଯାଇଛି। ଏଥିଯୋଗୁ ଗୋଟିଏ ପରିବାର ସର୍ବସ୍ୱାନ୍ତ ହୋଇଯାଇଥିବା ଜଣାଯାଇଛି।
ବାଲେଶ୍ୱର(ଓଡ଼ିଶା ରିପୋର୍ଟର) : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରସାଳପୁର ଗାଁରେ ଗ୍ୟାସ୍ ସିଲିଣ୍ଡର ଫାଟି ୪ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ପ୍ରଥମେ ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଗାଁସ ସିଲିଣ୍ଡର ଫାଟି ଲାଗିଥିବା ନିଆଁ ବ୍ୟାପି ଏକ ଚାଳଘର ପୋଡ଼ିଯାଇଛି। ଏଥିଯୋଗୁ ଗୋଟିଏ ପରିବାର ସର୍ବସ୍ୱାନ୍ତ ହୋଇଯାଇଥିବା ଜଣାଯାଇଛି।