ବାଣ ବିସ୍ଫୋରଣରେ ୪ ପିଲା ଆହତ

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଶିବରାତ୍ରୀ ଅବସରରେ ବାଣ ଫୁଟାଇବା ବେଳେ ଅଘଟଣ ଘଟିଛି। ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅଡୋ ପଞ୍ଚାୟତରେ ବାଣଫୁଟି ୪ ଜଣ ପିଲା ଆହତ ହୋଇଛନ୍ତି। ଆହତ ପିଲାମାନଙ୍କୁ ଗୁରୁତର ଅବସ୍ଥାରେ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି। ଶିବରାତ୍ରୀ ପାଇଁ ଶୋଭାଯାତ୍ରା ଚାଲିଥିବା ବେଳେ ଲୋକେ ବାଣ ଫୁଟାଇଥିଲେ। ଏତିକିବେଳେ ଗୋଟିଏ ବାଣ ନ ଫୁଟିବାରୁ ତାକୁ ପିଲାମାନେ ଆଣିବାକୁ ଯାଇଥିଲେ। ପିଲାମାନେ ବାଣଟିକୁ ଆଣିଲା […]

bom

Rakesh Mallick
  • Published: Wednesday, 14 February 2018
  • , Updated: 14 February 2018, 05:57 PM IST

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଶିବରାତ୍ରୀ ଅବସରରେ ବାଣ ଫୁଟାଇବା ବେଳେ ଅଘଟଣ ଘଟିଛି। ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅଡୋ ପଞ୍ଚାୟତରେ ବାଣଫୁଟି ୪ ଜଣ ପିଲା ଆହତ ହୋଇଛନ୍ତି। ଆହତ ପିଲାମାନଙ୍କୁ ଗୁରୁତର ଅବସ୍ଥାରେ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି। ଶିବରାତ୍ରୀ ପାଇଁ ଶୋଭାଯାତ୍ରା ଚାଲିଥିବା ବେଳେ ଲୋକେ ବାଣ ଫୁଟାଇଥିଲେ। ଏତିକିବେଳେ ଗୋଟିଏ ବାଣ ନ ଫୁଟିବାରୁ ତାକୁ ପିଲାମାନେ ଆଣିବାକୁ ଯାଇଥିଲେ। ପିଲାମାନେ ବାଣଟିକୁ ଆଣିଲା ବେଳେ ବିସ୍ଫୋରଣ ଘଟିଥିଲା।

 

Related story