ଟ୍ରକ୍‌କୁ ପଛରୁ ପିଟିଲା କାର୍‌: ୪ ମୃତ, ୪ ଗୁରୁତର

ଫୁଲବାଣୀ (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲାହାବାଡ଼ି ନିକଟରେ ଟ୍ରକ୍ ପଛରେ ଏକ କାର୍‌ ପିଟି ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ମୃତ ଶିଶୁ ଦ୍ୱୟ ଭାଇ-ଭଉଣୀ। ସେମାନଙ୍କ ନାଁ ଯଥାକ୍ରମେ ଭଗିଆ ଦିଗାଲ ଓ ରୋଜାଲିନ ଦିଗାଲ। ଅନ୍ୟ ଦୁଇ ମୃତକ ହେଲେ ଦୀପ୍ତି ରଞ୍ଜନ ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ର। ଏମାନେ […]

Accident

Accident

Jitendra Garnayak
  • Published: Sunday, 13 February 2022
  • Updated: 13 February 2022, 10:02 AM IST

Sports

Latest News

ଫୁଲବାଣୀ (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲାହାବାଡ଼ି ନିକଟରେ ଟ୍ରକ୍ ପଛରେ ଏକ କାର୍‌ ପିଟି ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି।

ମୃତ ଶିଶୁ ଦ୍ୱୟ ଭାଇ-ଭଉଣୀ। ସେମାନଙ୍କ ନାଁ ଯଥାକ୍ରମେ ଭଗିଆ ଦିଗାଲ ଓ ରୋଜାଲିନ ଦିଗାଲ। ଅନ୍ୟ ଦୁଇ ମୃତକ ହେଲେ ଦୀପ୍ତି ରଞ୍ଜନ ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ର।

ଏମାନେ ସମସ୍ତେ ଗତକାଲି ବିଶିପଡ଼ାର ତାଳପଡ଼ାରେ ଜଣେ ବନ୍ଧୁଙ୍କ ଘରେ ଆୟୋଜିତ ଜନ୍ମଦିନ ଭୋଜି ଖାଇ ଗୁମ୍ମାଗଡ଼କୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଦୁର୍ଘଟଣାର ଶିକାର ହୋଇଥିଲେ। କାର୍‌ଟି ସିଧା ଯାଇ ଟ୍ରକ୍ ପଛରେ ପିଟି ହୋଇଥିଲା। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ୪ ଆହତଙ୍କୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos