ହାତରେ ଫୁଟିଲା ଅଫୁଟା ବାଣ, ୪ ନାବାଳକ ଗୁରୁତର

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ହାତରେ ଫୁଟି ଯିବାରୁ ୪ ଜଣ ନାବାଳକ ଆହତ ହୋଇଛନ୍ତି। ଏଭଳି ଅଘଟଣ ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗାଁରେ। ୪ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଣ ବିସ୍ଫୋରଣରେ ନାବାଳକଙ୍କର ହାତ, ଗୋଡ଼, ମୁହଁ ଓ  ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ନାବାଳକ ମାନେ ଗତକାଲି ଅପରାହ୍ନରେ ମା’ ଶାରଳାଙ୍କ  ପୀଠରେ ହେଉଥିବା […]

Blast

Tapaswini Nayak
  • Published: Monday, 23 May 2022
  • , Updated: 23 May 2022, 09:36 AM IST

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ହାତରେ ଫୁଟି ଯିବାରୁ ୪ ଜଣ ନାବାଳକ ଆହତ ହୋଇଛନ୍ତି। ଏଭଳି ଅଘଟଣ ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗାଁରେ। ୪ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଣ ବିସ୍ଫୋରଣରେ ନାବାଳକଙ୍କର ହାତ, ଗୋଡ଼, ମୁହଁ ଓ  ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।

ନାବାଳକ ମାନେ ଗତକାଲି ଅପରାହ୍ନରେ ମା’ ଶାରଳାଙ୍କ  ପୀଠରେ ହେଉଥିବା ଚନ୍ଦନଯାତ୍ରା ଦେଖିବାକୁ ଆସିଥିଲେ। ସେଠାରୁ ଅଫୁଟା ବାଣ ଆଣି ଜାଗୁଳାଇ ମନ୍ଦିର ପାଖରେ ତାକୁ ନିଆଁ ଲଗାଇ ଫୁଟାଉଥିଲେ।  ହଠାତ୍ ଅଫୁଟା ବାଣ ହାତରେ ବିସ୍ଫୋରଣ ହୋଇଥିଲା।  ଏଥିଣେ ୪ ଜଣ ନାବାଳକ ଆହତ ହୋଇଥିଲେ। ସେମାନଙ୍କୁ ଜଗତସିଂହପୁର ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି।

 

Related story